ତେଜୋବତୀ Tejobatī

  • ସଂ. ବିଣ. ସ୍ତ୍ରୀ (ତେଜୋବତ୍+ସ୍ତ୍ରୀ. ଈ) — ତେଜୋବାନ୍ର ସ୍ତ୍ରୀ ଲିଙ୍ଗ — The feminine of 'Tejobān.'
  • ବି — ହିମାଳୟର ନିକଟବର୍ତ୍ତୀ ହରଦ୍ୱାର ଆଦି ସ୍ଥାନରେ ଜନ୍ମିବା ବନ୍ୟ କଣ୍ଟକୀ ବୃକ୍ଷବିଶେଷ — A kind of thorny plant growing in Haradwar and other places near the Himalayas; the toothache tree
  • ବି — [ଦ୍ର—ଏହାର ଛାଲ ଲଙ୍କାମରିଚ ପରି ରାଗ। ପାହାଡ଼ିମାନେ ଏହାକୁ ମସଲା ପରି ଡାଲି ତିଅଣରେ ମିଶାନ୍ତି। ଏହାର ଛେଲି ଓ ମୂଳ ଚୋବାଇଲେ ଦାନ୍ତରୋଗ ଭଲ ହୁଏ। ବୈଦ୍ୟଶାସ୍ତ୍ର ଅନୁସାରେ ଏହା ପାଚକ, କଫ, ବାତ, ଶ୍ୱାସନାଶକ ଓ ଅର୍ଶରୋଗରେ ଉପକାରୀ।]