ତେଜ ପତ୍ର Teja patra
- ସଂ. ବି. (ସଂ. ତ୍ୱକ୍ପତ୍ର) — ନାତିଦୀର୍ଘ ଚିରଶ୍ୟାମଳ ତରୁ ବିଶେଷର ସୁବାସିତ ପତ୍ର — The scented leaves of cassia cinnamon; Tolia Malabathy; Cinnamonium Obtusifolium (Kirtikar.)
- ସଂ. ବି. (ସଂ. ତ୍ୱକ୍ପତ୍ର) — [ଦ୍ର—ଦାରୁଚିନି ବା ଡାଳଚିନି ଗଛକୁ ମଧ୍ୟ ସଂସ୍କୃତରେ ତ୍ୱକ୍ପତ୍ର ବା ତ୍ୱକ ବୋଲାଯାଏ। ଡାଳଚିନି ଗଛର ପତ୍ର ମଧ୍ୟ ବାସନାଯୁକ୍ତ, କିନ୍ତୁ ତେଜପତ୍ର ଗଛ ଓ ଡାଳଚିନି ଗଛ ପୃଥକ୍। ବୈଦ୍ୟଶାସ୍ତ୍ର ଅନୁସାରେ ଏହା କାଶ, ଆମ, କଣ୍ଡୁ, ଅରୁଚି କୃମି, ପୀନସଆଦି ରୋଗ ପକ୍ଷରେ ଉପକାରୀ ଓ ଧାତୁବର୍ଦ୍ଧକ ଓ ବଳକାରକ। ଏହାର ମଞ୍ଜିରୁ ଚାରା ଉଠାଇ ଗଛ 5 ବର୍ଷର ହେଲେ ଲୋକେ ନେଇ କିଆରିରେ ପୋତନ୍ତି। ଏ ଗଛକୁ ଖରାରୁ ବଞ୍ଚାଇବା ପାଇଁ ଉପରେ ଛାୟା କରାଯାଏ ଓ 6 ବର୍ଷ ପରେ ଏଥିରୁ ପତ୍ର ଓ ସାନ ସାନ ଡାଳ ଛିଣ୍ଡାଇ ଶୁଖାଇ ରଖାଯାଏ। ପ୍ରତିବର୍ଷ ଆଶ୍ୱିନଠାରୁ ମାର୍ଗଶିର ପର୍ଯ୍ୟନ୍ତ ଏଥିର ପତ୍ର ଛିଣ୍ଡାଯାଏ। ପତ୍ରି ଗଛରୁ ବର୍ଷକେ 10।15 ସେର ପତ୍ର ବାହାରେ। ଏ ଗଛ ପୂର୍ବ ହିମାଳୟ, ଖାସିଆ ପାହାଡ଼, ତ୍ରିପୁରାଆଦି ପୂର୍ବଭାରତୀୟ ଅଞ୍ଚଳର ନାତିଦୀର୍ଘ ଚିରହରିତ ବୃକ୍ଷ ଅଟେ। ଏ ପତ୍ର ଔଷଧରେ ଓ ତରକାରୀରେ ମସଲାରୂପେ ବ୍ଯବହୃତ ହୁଏ।] — [ଦ୍ର—ଦାରୁଚିନି ବା ଡାଳଚିନି ଗଛକୁ ମଧ୍ୟ ସଂସ୍କୃତରେ ତ୍ୱକ୍ପତ୍ର ବା ତ୍ୱକ ବୋଲାଯାଏ ଡାଳଚିନି ଗଛର ପତ୍ର ମଧ୍ୟ ବାସନାଯୁକ୍ତ, କିନ୍ତୁ ତେଜପତ୍ର ଗଛ ଓ ଡାଳଚିନି ଗଛ ପୃଥକ୍ ବୈଦ୍ୟଶାସ୍ତ୍ର ଅନୁସାରେ ଏହା କାଶ, ଆମ, କଣ୍ଡୁ, ଅରୁଚି କୃମି, ପୀନସଆଦି ରୋଗ ପକ୍ଷରେ ଉପକାରୀ ଓ ଧାତୁବର୍ଦ୍ଧକ ଓ ବଳକାରକ ଏହାର ମଞ୍ଜିରୁ ଚାରା ଉଠାଇ ଗଛ5ବର୍ଷର ହେଲେ ଲୋକେ ନେଇ କିଆରିରେ ପୋତନ୍ତି ଏ ଗଛକୁ ଖରାରୁ ବଞ୍ଚାଇବା ପାଇଁ ଉପରେ ଛାୟା କରାଯାଏ ଓ6ବର୍ଷ ପରେ ଏଥିରୁ ପତ୍ର ଓ ସାନ ସାନ ଡାଳ ଛିଣ୍ଡାଇ ଶୁଖାଇ ରଖାଯାଏ ପ୍ରତିବର୍ଷ ଆଶ୍ୱିନଠାରୁ ମାର୍ଗଶିର ପର୍ଯ୍ୟନ୍ତ ଏଥିର ପତ୍ର ଛିଣ୍ଡାଯାଏ ପତ୍ରି ଗଛରୁ ବର୍ଷକେ1015ସେର ପତ୍ର ବାହାରେ ଏ ଗଛ ପୂର୍ବ ହିମାଳୟ, ଖାସିଆ ପାହାଡ଼, ତ୍ରିପୁରାଆଦି ପୂର୍ବଭାରତୀୟ ଅଞ୍ଚଳର ନାତିଦୀର୍ଘ ଚିରହରିତ ବୃକ୍ଷ ଅଟେ ଏ ପତ୍ର ଔଷଧରେ ଓ ତରକାରୀରେ ମସଲାରୂପେ ବ୍ଯବହୃତ ହୁଏ]