ତୁଳିବା Tuḻibā
- ଦେ. କ୍ରି. (ସଂ. ତଳ୍ ଧାତୁ) — ଓଜନ କରିବା — 1. To weigh
- ଦେ. କ୍ରି. (ସଂ. ତଳ୍ ଧାତୁ) — ପୂର୍ବେ ଦେବ ଋଷି ଏକଠା ହୋଇଲେ ତୁଳିବାକୁ ତୁଳାଦଣ୍ଡେକ ଆଣିଲେ—କୃଷ୍ଣସିଂହ. ମହାଭାରତ. ଆଦି।
- ଦେ. କ୍ରି. (ସଂ. ତଳ୍ ଧାତୁ) — ଉପମା କରିବା; ତୁଳନା କରିବା; କଛିବା — To compare
- ଦେ. କ୍ରି. (ସଂ. ତଳ୍ ଧାତୁ) — କୁନ୍ଦ ବିକଶନ ତା ନେତ୍ର ହସନ ଦୁଇ ଶୋଭା ନେତ୍ରେ ତୁଳିବାକୁ— କବିସୂର୍ଯ୍ୟ. ସଙ୍ଗୀତ।
- ଦେ. କ୍ରି. (ସଂ. ତଳ୍ ଧାତୁ) — ସମାନ କରିବ — To equalise
- ଦେ. କ୍ରି. (ସଂ. ତଳ୍ ଧାତୁ) — କଷିବା — To test
- ପ୍ରାଦେ. (ବାଲେଶ୍ୱର) — ତୋଳିବା — To pick