ତୁଳାଧାର Tuḻādhāra
- ସଂ. ବିଣ. (ତୁଳା=ନିକିତି+ଧୃ ଧାତୁ+କର୍ତ୍ତୃ. ଅ) — ବ୍ଯବସାୟରତ; ବ୍ଯବସାୟକାରୀ — 2. Trading; engaged in trade
- ସଂ. ବିଣ. (ତୁଳା=ନିକିତି+ଧୃ ଧାତୁ+କର୍ତ୍ତୃ. ଅ) — ଯାହା ତୁଳାଦଣ୍ଡରେ ଝୁଲା ଯାଇ ଥାଏ — Held suspended by the weighing beam
- ବି. — ବଣିକ୍; ବ୍ଯବସାୟୀ — A tradesman; merchant
- ବି. — (ତୁଳା+ଆଧାର) ନିକିତିର ପଲ୍ଲା — The scales of a balance
- ବି. — ତରାଜୁ ଦଣ୍ଡିରୁ ଓହଳିଥିବା ଡୋରି, ଯହିଁରେ ପଲ୍ଲା ଲାଗି ଥାଏ—(ହି. ଶବ୍ଦସାଗର) — The strings of a balance
- ବି. — ଜ୍ୟୋତିଷୋକ୍ତ ତୁଳାରାଶି — The sign of Libra in the zodiac
- ବି. — କିରଣ — Ray