ତୁଳା ପରୀକ୍ଷା Tuḻā parīkshā
- ସଂ. ବି. ସ୍ତ୍ରୀ — ନିକିତିଦ୍ୱାରା ଓଜନ କରାଯାଇ ପାପ ବା ଅପରାଧ ପରୀକ୍ଷା କରାଯିବାର ବିଧି — An ordeal
- ସଂ. ବି. ସ୍ତ୍ରୀ — [ଦ୍ର—ପ୍ରାଚୀନ କାଳରେ ଅଗ୍ନିପରୀକ୍ଷା ପରି ଅଭିଯୁକ୍ତ ବ୍ଯକ୍ତିର ଏହା ମଧ୍ୟ ଏକ ପ୍ରକାର ପରୀକ୍ଷା ଥିଲା। ଯଜ୍ଞକାଷ୍ଠରେ ଗୋଟିଏ କଣ୍ଟା (ବଡ଼ ତରାଜୁ) ନିର୍ମାଣ କରି ସେଥିରେ ଅଭିଯୁକ୍ତ ବ୍ଯକ୍ତିକୁ ତଉଲା ଯାଉଥିଲା। ପୁଣି କିଛି ସମୟରେ ଆହୁରି ଥରେ ଚଉଲିଲେ ଯେବେ ତାହାର ଓଜନ ବେଶି ହେବାର ଦେଖା ଯାଉଥିଲା ତେବେ ସେ ଦୋଷୀ ଥିବାର ସାବ୍ୟସ୍ତ ହେଉଥିଲା।—(ହି. ଶବ୍ଦସାଗର)]