ତୁଳସୀ ଦାସ Tuḻasī dāsa

  • ଦେ. ବି (ନାମ) — ଉତ୍ତର ପଶ୍ଚିମ ଭାରତବାସୀ ସୁପ୍ରସିଦ୍ଧ ଭକ୍ତପ୍ରବର ଓ କବି — A name of a Hindi poet and devotee of Rāmachandra
  • ଦେ. ବି (ନାମ) — [ଦ୍ର—ଏହାଙ୍କର ହିନ୍ଦୀ ପଦ୍ଯରେ ନିବଦ୍ଧ ରାମଚରିତମାନସ ଓ କବିତ୍ତରାମାୟଣ ଭାରତପ୍ରସିଦ୍ଧ । ଏ ସରଯୁକୂଳବାସୀ ଦୁବେ ବ୍ରାହ୍ମଣ ଥିଲେ । ଏ ଖ୍ରୀଷ୍ଟୀୟ 1583 (ଅନ୍ଯ ମତରେ 1586 ) ରେ ଜନ୍ମଗ୍ରହଣ କରିଥିଲେ । କେହି କେହି କହନ୍ତି ଯେ ଚିତ୍ରକୂଟ ନିକଟସ୍ଥ ରାଜାପୁର ଏହାଙ୍କ ଜନ୍ମସ୍ଥାନ ଓ ଏଠାରେ ଏହାଙ୍କ ହାତ— ଲେଖା ରାମାୟଣ ଗ୍ରନ୍ଥ ଅଛି । କଥିତ ଅଛି ଯେ, ଏ ଯୁବାକାଳରେ ଆପଣାର ସ୍ତ୍ରୀଙ୍କ ପ୍ରତି ବିଶେଷ ଆସକ୍ତ ଥିଲେ । ଥରେ ସ୍ତ୍ରୀ ବାପଘରେ ଥିବା ସମୟରେ ସ୍ତ୍ରୀଙ୍କ ସଙ୍ଗେ ଦେଖା କରିବାକୁ ଏ ସେଠାକୁ ଗଲେ । ସ୍ତ୍ରୀ ତାଙ୍କୁ ଛିଗୁଲେଇ କରି କହିଲେ, ତୁମେ ମୋଠାରେ ଯେପରି ଆସକ୍ତି ରଖିଅଛ ଯେବେ ସେପରି ଆସକ୍ତି ରାମଙ୍କଠାରେ ରଖନ୍ତ ତେବେ ମୁକ୍ତି ପାଇଯାଆନ୍ତ । ଏହା ଶୁଣି ତୁଳସୀ ଦାସ ବିରକ୍ତ ହୋଇ କାଶୀ ଆସିଲେ ଓ ସେଠାରେ ଗୋଟିଏ ବ୍ରହ୍ମରାକ୍ଷସ ସଙ୍ଗେ ଭେଟ ହେବାରୁ ତାଙ୍କ ଅନୁଗ୍ରହରୁ ଏ ସ୍ୱଶରୀରରେ ହନୁମାନ୍ ଓ ରାମ ଲକ୍ଷ୍ମଣ ଦର୍ଶନ ପାଇଲେ ଓ ସେହି ଦିନଠାରୁ ରାମଭକ୍ତ ହେଲେ ଏବଂ ସାଧନାଦ୍ୱାରା କବିତ୍ୱ ଲାଭ କଲେ । — [ଦ୍ର—ଏହାଙ୍କର ହିନ୍ଦୀ ପଦ୍ଯରେ ନିବଦ୍ଧ ରାମଚରିତମାନସ ଓ କବିତ୍ତରାମାୟଣ ଭାରତପ୍ରସିଦ୍ଧ ଏ ସରଯୁକୂଳବାସୀ ଦୁବେ ବ୍ରାହ୍ମଣ ଥିଲେ ଏ ଖ୍ରୀଷ୍ଟୀୟ1583(ଅନ୍ଯ ମତରେ1586) ରେ ଜନ୍ମଗ୍ରହଣ କରିଥିଲେ କେହି କେହି କହନ୍ତି ଯେ ଚିତ୍ରକୂଟ ନିକଟସ୍ଥ ରାଜାପୁର ଏହାଙ୍କ ଜନ୍ମସ୍ଥାନ ଓ ଏଠାରେ ଏହାଙ୍କ ହାତ— ଲେଖା ରାମାୟଣ ଗ୍ରନ୍ଥ ଅଛି କଥିତ ଅଛି ଯେ, ଏ ଯୁବାକାଳରେ ଆପଣାର ସ୍ତ୍ରୀଙ୍କ ପ୍ରତି ବିଶେଷ ଆସକ୍ତ ଥିଲେ ଥରେ ସ୍ତ୍ରୀ ବାପଘରେ ଥିବା ସମୟରେ ସ୍ତ୍ରୀଙ୍କ ସଙ୍ଗେ ଦେଖା କରିବାକୁ ଏ ସେଠାକୁ ଗଲେ ସ୍ତ୍ରୀ ତାଙ୍କୁ ଛିଗୁଲେଇ କରି କହିଲେ, ତୁମେ ମୋଠାରେ ଯେପରି ଆସକ୍ତି ରଖିଅଛ ଯେବେ ସେପରି ଆସକ୍ତି ରାମଙ୍କଠାରେ ରଖନ୍ତ ତେବେ ମୁକ୍ତି ପାଇଯାଆନ୍ତ ଏହା ଶୁଣି ତୁଳସୀ ଦାସ ବିରକ୍ତ ହୋଇ କାଶୀ ଆସିଲେ ଓ ସେଠାରେ ଗୋଟିଏ ବ୍ରହ୍ମରାକ୍ଷସ ସଙ୍ଗେ ଭେଟ ହେବାରୁ ତାଙ୍କ ଅନୁଗ୍ରହରୁ ଏ ସ୍ୱଶରୀରରେ ହନୁମାନ୍ ଓ ରାମ ଲକ୍ଷ୍ମଣ ଦର୍ଶନ ପାଇଲେ ଓ ସେହି ଦିନଠାରୁ ରାମଭକ୍ତ ହେଲେ ଏବଂ ସାଧନାଦ୍ୱାରା କବିତ୍ୱ ଲାଭ କଲେ
  • ଦେ. ବି (ନାମ) — ଏ ଖ୍ରୀ: 1623 ରେ ଗଙ୍ଗାକୂଳସ୍ଥ କାଶୀରେ ଅସୀଘାଟରେ ଦେହ ତ୍ୟାଗ କଲେ । ଏହାଙ୍କ ରଚିତ ହିନ୍ଦୀ ଗ୍ରନ୍ଥମାନ ଯଥା—ରାମଚରିତ ମାନସ ବା ରାମାୟଣ, ଦୋହାବଳୀ, ଗୀତାବଳୀ, କବିତ୍ତରାମାୟଣ, ବିନୟପତ୍ରିକା, ରାମାଜ୍ଞା, ଜାନକୀମଙ୍ଗଳ, ପାର୍ବତୀମଙ୍ଗଳ, ବୈରାଗ୍ୟସନ୍ଦୀପନୀ, କୃଷ୍ଣଗୀତାବଳୀ, ବରୱୈ ରାମାୟଣ, ରାମ— ଲାଲାନହଛୁ, ହନୁମାନ ବାହାନେ—ହି. ଶବ୍ଦସାଗର।] — ଏ ଖ୍ରୀ:1623ରେ ଗଙ୍ଗାକୂଳସ୍ଥ କାଶୀରେ ଅସୀଘାଟରେ ଦେହ ତ୍ୟାଗ କଲେ ଏହାଙ୍କ ରଚିତ ହିନ୍ଦୀ ଗ୍ରନ୍ଥମାନ ଯଥା—ରାମଚରିତ ମାନସ ବା ରାମାୟଣ, ଦୋହାବଳୀ, ଗୀତାବଳୀ, କବିତ୍ତରାମାୟଣ, ବିନୟପତ୍ରିକା, ରାମାଜ୍ଞା, ଜାନକୀମଙ୍ଗଳ, ପାର୍ବତୀମଙ୍ଗଳ, ବୈରାଗ୍ୟସନ୍ଦୀପନୀ, କୃଷ୍ଣଗୀତାବଳୀ, ବରୱୈ ରାମାୟଣ, ରାମ— ଲାଲାନହଛୁ, ହନୁମାନ ବାହାନେ—ହି. ଶବ୍ଦସାଗର]