ତୁଟା Tuṭā

  • ଦେ. ବିଣ (ସଂ. ତ୍ରୁଟିତ) — ଭଙ୍ଗା; ଭଗ୍ନ; ଭାଙ୍ଗି ଯାଇଥିବା; ଖଣ୍ଡିତ — Broken; maimed
  • ଦେ. ବିଣ (ସଂ. ତ୍ରୁଟିତ) — ଛିଣ୍ଡା; କ୍ଷୟପ୍ରାୟ — Damaged; torn; injured
  • ଦେ. ବିଣ (ସଂ. ତ୍ରୁଟିତ) — ଯେ ତୁଟେ ବା ଭାଙ୍ଗେ — One who breaks; breaking
  • ଦେ. ବିଣ (ସଂ. ତ୍ରୁଟିତ) — (ଯଥା—ସେ ମୋହବତ ତୁଟା ମନୁଷ୍ୟଟାଏ; ତୁମେ ତ ବନ୍ଧୁ ତୁଟା ଲୋକ।)
  • ଦେ. ବିଣ (ସଂ. ତ୍ରୁଟିତ) — ଯେ ବା ଯାହା ତୁଟିଯାଏ ବା ଭାଙ୍ଗିଯାଏ; ଆହତ — One who is or that which is maimed or broken; hurt; wounded
  • ଦେ. ବିଣ (ସଂ. ତ୍ରୁଟିତ) — (ଯଥା—ସୈନ୍ୟଯାକ ରଣତୁଟା ହୋଇ ପଳେଇ ଗଲେ।)
  • ଦେ. ବିଣ (ସଂ. ତ୍ରୁଟିତ) — [ଦ୍ର— (3 ଓ 4) ଏହି ଅର୍ଥରେ 'ତୁଟା' ଶବ୍ଦ ଅନ୍ଯ ଶବ୍ଦ ସହିତ ବ୍ଯବହୃତ ହୁଏ।] — [ଦ୍ର—(3 ଓ 4)ଏହି ଅର୍ଥରେ 'ତୁଟା' ଶବ୍ଦ ଅନ୍ଯ ଶବ୍ଦ ସହିତ ବ୍ଯବହୃତ ହୁଏ]
  • ଦେ. ବି — ଗାଳି ଦେବା; ତୁଟିବା; ମୁହଁ ତୁଟିବା — Calling names; abusing
  • ଦେ. ସର୍ବ — ତୁଉ ଟା (ଦେଖ) — Tu-uṭā (See)
  • ପ୍ରାଦେ. (ସମ୍ବଲପୁର; 'ଓ' ସ୍ଥାନରେ 'ଉ' ଉଚ୍ଚାରଣ) ବି — (ଆମ୍ବ) ତୋଟା — (mango) tope; orchard