ତୀର୍ଥକର Tīrthkara
- ସଂ. ବି. (ତୀର୍ଥ=ଶାସ୍ତ୍ର+କୃ ଧାତୁ+କର୍ତ୍ତୃ. ଅ) — ଜୈନ ଶାସ୍ତ୍ରପ୍ରଣେତା — Author of Ja̲i̱na reliogious book
- ସଂ. ବି. (ତୀର୍ଥ=ଶାସ୍ତ୍ର+କୃ ଧାତୁ+କର୍ତ୍ତୃ. ଅ) — ଜିନ ବା ବୌଦ୍ଧମତ—ପ୍ରଚାରକ ମୁନି; ଜୈନ ଧର୍ମବୀର — A Buddhist or ja̲i̱na saint
- ସଂ. ବି. (ତୀର୍ଥ=ଶାସ୍ତ୍ର+କୃ ଧାତୁ+କର୍ତ୍ତୃ. ଅ) — [ଦ୍ର— ତୀର୍ଥକରମାନେ ଜୈନମାନଙ୍କର ଉପାସ୍ୟଦେବ। ଏମାନଙ୍କୁ ଜୈନମାନେ ଦେବତାଙ୍କଠାରୁ ଶ୍ରେଷ୍ଠ, ମୁକ୍ତିଦାତା ଓ ସର୍ବଦୋଷ କ୍ଷାଳକ ବେଲି ମାନନ୍ତି। ଏମାନଙ୍କ ଦିଗମ୍ବର (ନଗ୍ନ) ମୂର୍ତ୍ତି ତିଆରି କରି ଜୈନମାନେ ପୂଜା କରନ୍ତି। କେବଳ ଭିନ୍ନ ଭିନ୍ନ ତୀର୍ଥକରଙ୍କର ବର୍ଣ୍ଣ ଓ ସିଂହାସନର ଆକାର ଭିନ୍ନ ଅଟେ। ଗତ ଅବସର୍ପିଣୀ (ଜୈନଯୁଗ)ରେ 24 ତୀର୍ଥକର ଅବତୀର୍ଣ୍ଣ ହୋଇଥିଲେ। ଯଥା— 1 . କେବଳଜ୍ଞାନୀ, 2 ନିର୍ବାଣୀ, 3 . ସାଗର, 4 .ମହାଶୟ 5 . ବିମଳନାଥ. 6 .ସର୍ବାନୁଭୂତି, 7 ଶ୍ରୀଧର, 8 . ଦତ୍ତ, 9 . ଦାମେଦର, 10 . ସୁତେଜ, 11 . ସ୍ୱାମୀ, 12 . ମୁନି ସୁବ୍ରତ, 13 . ସୁମତି, 14 . ଶିବଗତି, 15 . ଅସ୍ତାଗ, 16 . ନେମୀଶ୍ୱର, 17 . ଅନଳ, 18 . ଯଶୋଧର, 19 . କୃତାର୍ଥ, 20 . ଜିନେଶ୍ୱର 21 . ଶ୍ରଦ୍ଧମତି, 22 . ଶିବକର, 23 . ସ୍ୟଂଦନ ଓ 24 . ସଂପ୍ରତି। — [ଦ୍ର— ତୀର୍ଥକରମାନେ ଜୈନମାନଙ୍କର ଉପାସ୍ୟଦେବ ଏମାନଙ୍କୁ ଜୈନମାନେ ଦେବତାଙ୍କଠାରୁ ଶ୍ରେଷ୍ଠ, ମୁକ୍ତିଦାତା ଓ ସର୍ବଦୋଷ କ୍ଷାଳକ ବେଲି ମାନନ୍ତି ଏମାନଙ୍କ ଦିଗମ୍ବର (ନଗ୍ନ) ମୂର୍ତ୍ତି ତିଆରି କରି ଜୈନମାନେ ପୂଜା କରନ୍ତି କେବଳ ଭିନ୍ନ ଭିନ୍ନ ତୀର୍ଥକରଙ୍କର ବର୍ଣ୍ଣ ଓ ସିଂହାସନର ଆକାର ଭିନ୍ନ ଅଟେ ଗତ ଅବସର୍ପିଣୀ (ଜୈନଯୁଗ)ରେ24ତୀର୍ଥକର ଅବତୀର୍ଣ୍ଣ ହୋଇଥିଲେ ଯଥା—1. କେବଳଜ୍ଞାନୀ,2ନିର୍ବାଣୀ,3. ସାଗର,4.ମହାଶୟ5. ବିମଳନାଥ.6.ସର୍ବାନୁଭୂତି,7ଶ୍ରୀଧର,8. ଦତ୍ତ,9. ଦାମେଦର,10. ସୁତେଜ,11. ସ୍ୱାମୀ,12. ମୁନି ସୁବ୍ରତ,13. ସୁମତି,14. ଶିବଗତି,15. ଅସ୍ତାଗ,16. ନେମୀଶ୍ୱର,17. ଅନଳ,18. ଯଶୋଧର,19. କୃତାର୍ଥ,20. ଜିନେଶ୍ୱର21. ଶ୍ରଦ୍ଧମତି,22. ଶିବକର,23. ସ୍ୟଂଦନ ଓ24. ସଂପ୍ରତି
- ସଂ. ବି. (ତୀର୍ଥ=ଶାସ୍ତ୍ର+କୃ ଧାତୁ+କର୍ତ୍ତୃ. ଅ) — ବର୍ତ୍ତମାନ ଅବସର୍ପିଣୀର ଆରମ୍ଭରୁ ଯେଉଁ ତୀର୍ଥକର ମାନେ ଅବତୀର୍ଣ୍ଣ ହେଇଅଛନ୍ତି ସେମାନଙ୍କତ ନାମ, ଯଥା— 1 . ଋଷଭ ଦେବ, 2 . ଅଜିତନାଥ, 3 . ସଂଭବନାଥ, 4 . ଅଭିନନ୍ଦନ, 5 . ସୁମତିନାଥ, 6 . ପଦ୍ମପ୍ରଭ, 7 . ସୁପାର୍ଶ୍ୱନାଥ, 8 . ଚନ୍ଦ୍ରପ୍ରଭ, 9 . ସୁବୁଧିନାଥ, 10 . ଶୀତଳନାଥ, 11 . ଶ୍ରେୟାଂସ ନାଥ, 12 . ବାସୁପୂଜ୍ୟ ସ୍ୱାମୀ, 13 . ବିମଳନାଥ, 14 . ଅନନ୍ତ ନାଥ, 15 . ଧର୍ମନାଥ, 16 . ଶାନ୍ତିନାଥ, 17 . କୁନ୍ତୁନାଥ, 18 . ଅମରନାଥ, 19 .ମଲ୍ଲିନାଥ, 20 . ମୁନି ସୁବ୍ରତ, 21 . ନମିନାଥ, 22 . ନେମିନାଥ, 23 .ପାର୍ଶ୍ୱନାଥ ବା ପରେଶନାଥ ଓ 24 ମହାବୀର ସ୍ୱାମୀ। ଏଥି ମଧ୍ୟରୁ ଋଷଭ, ବାସୁପୂଜ୍ୟ ଓ ନେମିନାଥଙ୍କ ମୂର୍ତ୍ତିମାନ ଯୋଗାସନରେ ବସିଥିବା ଆକାରରେ ନିର୍ମିତ, ଅନ୍ୟମାନଙ୍କର ଦଣ୍ଡାୟମାନ ମୂର୍ତ୍ତି। କଲିକତାରେ ଅପର ସରକୁଲାର୍ ରୋଡ଼୍ର ପୂର୍ବ ଦିଗରେ କାରୁକାର୍ଯ୍ୟ ସୁଶୋଭିତ ବିଖ୍ୟାତ ମନ୍ଦିରରେ ପ୍ରତିଷ୍ଠିତ ପରେଶନାଥ ଉପରୋକ୍ତ ତୀର୍ଥକରମାନଙ୍କ ମଧ୍ୟରୁ ତ୍ରୟୋବିଂଶ ଅଟନ୍ତି। ହି. ଶବ୍ଦସାଗର] — ବର୍ତ୍ତମାନ ଅବସର୍ପିଣୀର ଆରମ୍ଭରୁ ଯେଉଁ ତୀର୍ଥକର ମାନେ ଅବତୀର୍ଣ୍ଣ ହେଇଅଛନ୍ତି ସେମାନଙ୍କତ ନାମ, ଯଥା—1. ଋଷଭ ଦେବ,2. ଅଜିତନାଥ,3. ସଂଭବନାଥ,4. ଅଭିନନ୍ଦନ,5. ସୁମତିନାଥ,6. ପଦ୍ମପ୍ରଭ,7. ସୁପାର୍ଶ୍ୱନାଥ,8. ଚନ୍ଦ୍ରପ୍ରଭ,9. ସୁବୁଧିନାଥ,10. ଶୀତଳନାଥ,11. ଶ୍ରେୟାଂସ ନାଥ,12. ବାସୁପୂଜ୍ୟ ସ୍ୱାମୀ,13. ବିମଳନାଥ,14. ଅନନ୍ତ ନାଥ,15. ଧର୍ମନାଥ,16. ଶାନ୍ତିନାଥ,17. କୁନ୍ତୁନାଥ,18. ଅମରନାଥ,19.ମଲ୍ଲିନାଥ,20. ମୁନି ସୁବ୍ରତ,21. ନମିନାଥ,22. ନେମିନାଥ,23.ପାର୍ଶ୍ୱନାଥ ବା ପରେଶନାଥ ଓ24ମହାବୀର ସ୍ୱାମୀ ଏଥି ମଧ୍ୟରୁ ଋଷଭ, ବାସୁପୂଜ୍ୟ ଓ ନେମିନାଥଙ୍କ ମୂର୍ତ୍ତିମାନ ଯୋଗାସନରେ ବସିଥିବା ଆକାରରେ ନିର୍ମିତ, ଅନ୍ୟମାନଙ୍କର ଦଣ୍ଡାୟମାନ ମୂର୍ତ୍ତି କଲିକତାରେ ଅପର ସରକୁଲାର୍ ରୋଡ଼୍ର ପୂର୍ବ ଦିଗରେ କାରୁକାର୍ଯ୍ୟ ସୁଶୋଭିତ ବିଖ୍ୟାତ ମନ୍ଦିରରେ ପ୍ରତିଷ୍ଠିତ ପରେଶନାଥ ଉପରୋକ୍ତ ତୀର୍ଥକରମାନଙ୍କ ମଧ୍ୟରୁ ତ୍ରୟୋବିଂଶ ଅଟନ୍ତି ହି. ଶବ୍ଦସାଗର]
- ସଂ. ବି. (ତୀର୍ଥ=ଶାସ୍ତ୍ର+କୃ ଧାତୁ+କର୍ତ୍ତୃ. ଅ) — ବିଷ୍ଣୁ — Bishṇu