ତିଳୋତ୍ତମା Tiḻottamā
- ସଂ. ବି. ସ୍ତ୍ରୀ (ତିଳ+ଉତ୍ତମା=ସୁନ୍ଦରୀ ସ୍ତ୍ରୀ) — ପରମରୂପବତୀ ଅପ୍ସରୋବିଶେଷ — Name of a heavenly nymph
- ସଂ. ବି. ସ୍ତ୍ରୀ (ତିଳ+ଉତ୍ତମା=ସୁନ୍ଦରୀ ସ୍ତ୍ରୀ) — [ଦ୍ର—ବିଧାତା ହିରଣାକ୍ଷର ଦୁଇ ପୁତ୍ର ସୁନ୍ଦ ଓ ଉପସୁନ୍ଦ ନାମକ ଅସୁରଦ୍ୱୟଙ୍କ ବଧାର୍ଥ ବ୍ରହ୍ମାଣ୍ଡର ସମସ୍ତ ରତ୍ନରୁ ତିଳତିଳ ମାତ୍ର ସୌନ୍ଦର୍ଯ୍ୟ ସଂଗ୍ରହ କରି ଏ ସ୍ତ୍ରୀକୁ ନିର୍ମାଣ କରିଥିଲେ । ସୁନ୍ଦ ଉପସୁନ୍ଦ ଦୁଇ ଭାଇ ତପସ୍ୟାଦ୍ୱାରା ବର ପାଇଥିଲେ ଯେ ତାଙ୍କୁ ଅନ୍ଯ କେହି ମାରି ପାରିବ ନାହିଁ, ସେ ଦୁହେଁ ପରସ୍ପର ସହିତ ଯୁଦ୍ଧ କରି ମରିବେ । କିନ୍ତୁ ଦୁଇ ଭାଇଙ୍କ ମଧ୍ୟରେ ଖୁବ୍ ସୌହାର୍ଦ୍ଦ୍ୟ ଥିବାରୁ ତାଙ୍କ ମଧ୍ୟରେ ବିବାଦ ହେଉ ନ ଥିଲା । ସେ ଦୁହେଁ ବଳଦୃପ୍ତ ହେବାରୁ ଦେବତାମାନେ ଉତ୍ପୀଡିତ ହୋଇ ବ୍ରହ୍ମାଙ୍କଠାରେ ପହଞ୍ଚିବାରୁ ବ୍ରହ୍ମା ତିଳୋତ୍ତମାକୁ ସୃଷ୍ଟି କଲେ । ତିଳୋତ୍ତମା ଏ ଦୁଇ ଭାଇଙ୍କ ବାସସ୍ଥାନ ବିନ୍ଧ୍ୟାଚଳକୁ ଗଲା । ଏ ଦୁହେଁ ତାକୁ ଦେଖୁ ମୁଗ୍ଧ ହେଲେ ଓ ତାକୁ ପାଇବା ପାଇଁ ଦୁଇ ଭାଇ ବିବାଦ କଲେ ଓ ପରସ୍ପର ଯୁଦ୍ଧ କରି ମଲେ—ହି. ଶବ୍ଦସାଗର ।]