ତିର୍ୟ୍ୟକ୍ Tirj̄yak
- ସଂ. ବିଣ. ପୁଂ (ତିରସ୍=ବକ୍ର+ଅନଚ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍; ନିପାତନ) — ବକ୍ର; ବଙ୍କା; ତେରଛା; କୁଟିଳ — Crooked; awry; oblique
- ସଂ. ବିଣ. ପୁଂ (ତିରସ୍=ବକ୍ର+ଅନଚ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍; ନିପାତନ) — [ଦ୍ର—ବସ୍ତୁର ତିର୍ଯ୍ୟକ୍ ଅବସ୍ଥା ଦୁଇ ପ୍ରକାର; ଯାହା ଲମ୍ବ— ଭାବରେ ନ ରହି ତେରଛା ହୋଇଥାଏ ଯଥା, ୵ ଏବଂ ଯାହା ବଙ୍କା— ଢଙ୍କା ହୋଇଥାଏ ଯଥା ˰˰˰˰˰˰]
- ସଂ. ବିଣ. ପୁଂ (ତିରସ୍=ବକ୍ର+ଅନଚ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍; ନିପାତନ) — ଧରାତଳ ସଙ୍ଗେ ସମାନ୍ତର — Horizontal
- ସଂ. ବିଣ. ପୁଂ (ତିରସ୍=ବକ୍ର+ଅନଚ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍; ନିପାତନ) — ବକ୍ରଗାମୀ — Moving tortuously; going crookedly
- ସଂ. ବିଣ. ପୁଂ (ତିରସ୍=ବକ୍ର+ଅନଚ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍; ନିପାତନ) — ଗଡ଼ାଣିଆ ବା ଉଠାଣିଆ; କ୍ରମନିମ୍ନ ବା କ୍ରମୋଚ୍ଚ — Sliding; sloping
- ସଂ. ବି — ପଶୁ ପକ୍ଷୀ — Birds and beasts; the inferior beings
- ସଂ. ବି — [ଦ୍ର—ମନୁଷ୍ୟ ଛଡ଼ା ଅନ୍ଯ ଜୀବ, ଅର୍ଥାତ୍ ପଶୁ ପକ୍ଷୀ ଆଦିଙ୍କୁ ତିର୍ଯ୍ୟକ୍ ବୋଲାଯାଏ; କାରଣ ମନୁଷ୍ୟ ଠିଆ ହେଲାବେଳେ ମନୁଷ୍ୟର ଶରୀରର ବିସ୍ତାର ଧରାତଳ ସଙ୍ଗେ ସମକୋଣ ଉତ୍ପନ୍ନ କରେ ବା ମନୁଷ୍ୟ ଯଷ୍ଟିବତ୍ ଦଣ୍ଡାୟମାନ ହୁଏ; କିନ୍ତୁ ପଶୁ ପକ୍ଷୀ ଆଦିଙ୍କ ଶରୀରର ବିସ୍ତାର ଭୂମିରୁ ତିର୍ଯ୍ୟକ୍, ଅର୍ଥାତ୍ ତେରଛା ବା ସମାନ୍ତର ହୁଏ; ମନୁଷ୍ୟର ଆହାର ପେଟକୁ ସିଧାଭାବରେ ଯାଏ, କିନ୍ତୁ ପଶୁ ପକ୍ଷୀ ଆଦିଙ୍କ ଆହାର ସେମାନଙ୍କ ପେଟକୁ ତେରଛା ହୋଇ ଯାଏ; ଏମାନଙ୍କ କଣ୍ଠନାଳୀ ତେରଛା ଭାବରେ ଅବସ୍ଥିତ— ହି. ଶବ୍ଦସାଗର ।]