ତିନ୍ତୁଳି Tintuḻi
- ଦେ. ବି. (ସଂ. ତିନ୍ତିଳୀ) — ତିନ୍ତିଡ଼ୀ ଗଛ ଓ ତାହାର ପକ୍ୱଫଳ — Tamarind tree and its ripe fruit; Tamarindus Indica
- ଦେ. ବି. (ସଂ. ତିନ୍ତିଳୀ) — (ତେନ୍ତୁଳି—ଅନ୍ଯରୂପ)
- ଦେ. ବି. (ସଂ. ତିନ୍ତିଳୀ) — [ଦ୍ର—ଏହା କୃଷ୍ଣଚୁଡ଼ାଦି ବର୍ଗର ବୃକ୍ଷ। ଏହା ଭାରତବର୍ଷରେ ସର୍ବତ୍ର ଜନ୍ମେ; ବସନ୍ତକାଳରେ ନୂଆ ପତ୍ର ଧରେ, କିନ୍ତୁ ପୁରୁଣା ପତ୍ର ଏକାବେଳେ ଝଡ଼ି ପଡ଼େ ନାହିଁ। ଏହାର କାଠ ଖୁବ୍ ଶକ୍ତି। ଏଣୁ ଏ କାଠରେ ଆଖୁଖାଇ ତିଆରି କରାଯାଏ। ଏ କାଠ ମଧ୍ୟ ଉତ୍ତମ ଜଳେ। ଏହାର ପତ୍ର ଓ ଫୁଲ ମଧ୍ୟ ଖଟାଳିଆ। ଏହାର କଞ୍ଚା ଫଳକୁ କୟାଁ ବୋଲାଯାଏ । କଞ୍ଚା ତିନ୍ତୁଳି ଅମ୍ଳ, ଗୁରୁ, ବାୟୁନାଶକ ଏବଂ ପିତ୍ତ, କଫ ଓ ରକ୍ତଦୁଷ୍ଟି କାରକ । ପାଚିଲା ତିନ୍ତୁଳି ଅଗ୍ନି— ଦୀପକ, ସାରକ ଉଷ୍ଣବୀର୍ଯ୍ୟ ଏବଂ କଫ ଓ ବାୟୁନାଶକ ।]
- ଦେ. ବି. (ସଂ. ତିନ୍ତିଳୀ) — ପାଚିଲା ତିନ୍ତୁଳି ଫଳରୁ ଚୋପା ଛଡ଼ାଇ ମଞ୍ଜି ଓ ପାରୁକୁ ପୃଥକ କରିବା ପରେ ରହିଯିବା ସାର ପଦାର୍ଥ — The pulpy substance inside the tamarind fruit after it is peeled off and the fibres removed