ତିନି ତାରବନ୍ଦ Tini tārabanda
- ଦେ. ବି — ଚିନିରସ ବା ଶିରାର ଖୁବ୍ ପତଳା ପାଗ — Thin condition of boiling syrup
- ଦେ. ବି — [ଦ୍ର—ଚିନି ବା କନ୍ଦରେ ପାଣି ଦେଇ ତାକୁ ନିଆଁ ଉପରେ ବସାଇ ଆଉଟିଲେ ଶିରା ବା ରସ ପ୍ରସ୍ତୁତ ହୁଏ । ଯେଉଁ ପତଳା ରସକୁ ଚଟୁରେ ଉପରକୁ ଟେକିଲେ ପ୍ରଥମେ ତିନିଧାର ହୋଇ ରସ ଖସେ ତାକୁ 'ତିନିତାରବନ୍ଦ' ଓ ଅପେକ୍ଷାକୃତ ବହଳ ହେଲେ, ଯହିଁରୁ ଦୁଇଧାର ଖସେ ତାକୁ 'ଦୁଇତାରବନ୍ଦ' ବୋଲାଯାଏ। ରସ ଆହୁରି ବହଳ ହୋଇଗଲେ ତାକୁ ଚଟୁରେ ଟେକିଲେ ତହିଁରୁ ଗୋଟିଏ ମାତ୍ର ଧାର ଖସିପଡ଼େ, ତାକୁ 'ଏକତାରବନ୍ଦ' ପାଗ କୁହାଯାଏ ।]
- ଦେ. ବିଣ — ତିତାରୀ (ଦେଖ) — Titārī (See)