ତିନି କାଳ Tini kāḻa
- ଦେ. ବି. (ସଂ. ତ୍ରିକାଳ) — ମନୁଷ୍ୟ ଜୀବନର ତିନି ଅବସ୍ଥା—ବାଲ୍ୟ, ଯୌବନ ଓ ଜରା — The three stages of man's life; viz. childhood, youth and old age
- ଦେ. ବି. (ସଂ. ତ୍ରିକାଳ) — ତ୍ରିକାଳ; ଦିବସର ତିନି ସମୟ—ସକାଳ, ଦିପହର ଓ ସନ୍ଧ୍ୟା — Three times of the day, viz. morning, noon and evening
- ଦେ. ବି. (ସଂ. ତ୍ରିକାଳ) — ତ୍ରିକାଳ; ତିନି ସମୟ—ଭୂତ, ବର୍ତ୍ତମାନ ଓ ଭବିଷ୍ୟତ୍ — The three tenses-past, present and future
- ଦେ. ବି. (ସଂ. ତ୍ରିକାଳ) — ପୃଥିବୀର ପ୍ରଥମ ତିନିଯୁଗ—ସତ୍ୟ, ତ୍ରେତା ଓ ଦ୍ୱାପର — The three ages of the world before the present (Kaḻi) age
- ଦେ. ବି. (ସଂ. ତ୍ରିକାଳ) — ହିନ୍ଦୁଶାସ୍ତ୍ରର ବିଧାନ ଅନୁସାରେ ମନୁଷ୍ୟ ଜୀବନର ପ୍ରଥମ ତିନିଗୋଟି ଆଶ୍ରୟ—ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ ଓ ବାନପ୍ରସ୍ଥ — The first 3 stage which a Hindu is enjoined to pass before he finally takes to begging before death
- ଦେ. ବି. (ସଂ. ତ୍ରିକାଳ) — (ଯଥା—ମୋର ତ ତିନିକାଳ ଗଲାଣି; ଆଉ ଏ ଚତୁର୍ଥ କାଳକୁ ଧନ ଅରଜିବି ?)
- ଦେ. ବି. (ସଂ. ତ୍ରିକାଳ) — ଦିବା, ରାତ୍ରି ଓ ସନ୍ଧ୍ୟା — Day, night and the transition periods