ତାସ୍ ଖେଳ Tās kheḻa

  • ଦେ. ବି — ତାସ୍ ସାହାଯ୍ଯରେ କରାଯିବା କ୍ରୀଡ଼ା — A game of cards; card-play
  • ଦେ. ବି — [ଦ୍ର— 2 ଜଣ ତାସ୍ ଖେଳିବାର ନାମ ବୀନ୍ତୀ; ଦୁଇ ଦୁଇ ଜଣ ଗୋଟିଏ ଗୋଟିଏ ପକ୍ଷରେ ରହି, ଏପରି ଚାରିଜଣ ତାସ୍ ଖେଳିଲେ ତାକୁ ଗ୍ରାବୁ ବୋଲାଯାଏ। ଶେଷୋକ୍ତ ଖୋଳ ପ୍ରସିଦ୍ଧ; ଏ ଖେଳରେ ପ୍ରତି ରଙ୍ଗର 'ଦୁଆ' ଠାରୁ 'ଛକା' ପର୍ଯ୍ୟନ୍ତ ତାସ୍ ବାଦ୍ ଦେଇ ବାକି ପ୍ରତି ରଙ୍ଗର 8 ଖଣ୍ଡ ଲେଖାଏଁ 32 ଖଣ୍ଡ ତାସରେ ଖେଳ ହୁଏ। ଏହି 32 ଖଣ୍ଡ ତାସ କୁ ଫେଣ୍ଟି ବା ଗୋଳାଇ ତହିଁରୁ ଗୋଟିଏ ଅଂଶ ଅନିର୍ଦ୍ଦିଷ୍ଟ ଭାବରେ କାଟିଲେ ଅର୍ଥାତ୍ ଉଠାଇ ନେଲେ ଉଠାଇବା ଲୋକର ହାତରେ ଥିବା ଅଂଶର ସଭା ତଳେ ଯେଉଁ ରଙ୍ଗର କାଗଜ ଉଠେ ସେହି ରଙ୍ଗକୁ 'ରଙ୍ଗ' ବୋଲାଯାଏ। ଏହି 'ରଙ୍ଗ'ର ନାମ ତୁରୁଫ (ଇଂ. ଟ୍ରମ୍ପ୍, — [ଦ୍ର—2ଜଣ ତାସ୍ ଖେଳିବାର ନାମ ବୀନ୍ତୀ; ଦୁଇ ଦୁଇ ଜଣ ଗୋଟିଏ ଗୋଟିଏ ପକ୍ଷରେ ରହି, ଏପରି ଚାରିଜଣ ତାସ୍ ଖେଳିଲେ ତାକୁ ଗ୍ରାବୁ ବୋଲାଯାଏ ଶେଷୋକ୍ତ ଖୋଳ ପ୍ରସିଦ୍ଧ; ଏ ଖେଳରେ ପ୍ରତି ରଙ୍ଗର 'ଦୁଆ' ଠାରୁ 'ଛକା' ପର୍ଯ୍ୟନ୍ତ ତାସ୍ ବାଦ୍ ଦେଇ ବାକି ପ୍ରତି ରଙ୍ଗର8ଖଣ୍ଡ ଲେଖାଏଁ32ଖଣ୍ଡ ତାସରେ ଖେଳ ହୁଏ ଏହି32ଖଣ୍ଡ ତାସ କୁ ଫେଣ୍ଟି ବା ଗୋଳାଇ ତହିଁରୁ ଗୋଟିଏ ଅଂଶ ଅନିର୍ଦ୍ଦିଷ୍ଟ ଭାବରେ କାଟିଲେ ଅର୍ଥାତ୍ ଉଠାଇ ନେଲେ ଉଠାଇବା ଲୋକର ହାତରେ ଥିବା ଅଂଶର ସଭା ତଳେ ଯେଉଁ ରଙ୍ଗର କାଗଜ ଉଠେ ସେହି ରଙ୍ଗକୁ 'ରଙ୍ଗ' ବୋଲାଯାଏ ଏହି 'ରଙ୍ଗ'ର ନାମ ତୁରୁଫ (ଇଂ. ଟ୍ରମ୍ପ୍,Trump)ଓ ଅନ୍ଯ ରଙ୍ଗର ତାସକୁ 'ବଦରଙ୍ଗ' ବୋଲାଯାଏ ଉକ୍ତ32ଖଣ୍ଡ ତାସ୍4ଜଣ ଖେଳାଳିଙ୍କ ମଧ୍ୟରେ ଏକାଦିକ୍ରମେ ଖଣ୍ଡ ଖଣ୍ଡ କରି ସମାନ ସଂଖ୍ୟାରେ ବଣ୍ଟାଯାଏ ଏହି ଗ୍ରାବୁ ଖେଳରେ ଟୀକାର ମୂଲ୍ୟ11(ଫୋଁଟା), ଦହଲାର10, ବଦରଙ୍ଗର ଗୋଲାମ1, ବିବିର2, ସାହେବର3ଧରାଯାଏ; କିନ୍ତୁ 'ରଙ୍ଗ' କାଗଜର ନହଲାର ମୂଲ୍ୟ14ଓ ଗୋଲାମର ମୂଲ୍ୟ20ଧରାଯାଏ ସହୁ ରଙ୍ଗର ସତା ଓ ଅଠା ଏବଂ ବଦରଙ୍ଗମାନଙ୍କର ନହଲାର କିଛି ମୂଲ୍ୟ ନାହିଁ ଏହି ପ୍ରକାରେ ଗ୍ରାବୁ ଖେଳରେ 'ରଙ୍ଗ କାଗଜର ନହଲା (14), ଦହଲା (10), ଗୋଲାମ (20), ବିବି (2), ସାହେବ(3) ଓ ଟୀକା (11); ଏପରି6ଖଣ୍ଡ କାଗଜରେ60ଫୋଁଟା ଏବଂ ଅନ୍ଯ3ଜାତିର ଅର୍ଥାତ୍ ପ୍ରତ୍ୟେକ ବଦରଙ୍ଗର କାଗଜମାନଙ୍କର5ଖଣ୍ଡ କାଗଜ, ଯଥା—ଦହଲା (10), ଗୋଲାମ (1), ବିବି (2) ସାହେବ (3) ଓ ଟୀକା (11); ଏପରି15ଖଣ୍ଡ କାଗଜରେ27x3ବା81ଫୋଁଟା ହୁଏ ରଙ୍ଗ ଓ ବଦରଙ୍ଗ କାଗଜମାନଙ୍କର21ଖଣ୍ଡ ତାସ୍ରେ ସର୍ବମୋଟ (60+81) ବା141ଫୋଁଟା ହୁଏ ଥରକେ4ଜଣ ଖେଳାଳୀ4ଖଣ୍ଡ କାଗଜ ପକାଇବାକୁ ଏକ 'ପିଠି' ଖେଳ ବୋଲାଯାଏ ଉପରୋକ୍ତ ମୂଲ୍ୟ ପ୍ରମାଣେ ସର୍ବୋଚ୍ଚ ମୂଲ୍ୟର କାଗଜ ଯେଉଁ ଖେଳାଳି ପକାଏ ସେ ଉକ୍ତ ପିଠିର ସମସ୍ତ କାଗଜକୁ ଜିତି କର ନିଏ ଯେଉଁ ପକ୍ଷ ଶେଷ ପିଠିର କାଗଜ ଜିଣି ନିଏ ତାହା 'ହାତର ପାଞ୍ଚ' ହୁଏ ଓ ସେ ଏହି 'ହାତର ପାଞ୍ଚ' ଯୋଗୁଁ ଫୋଁଟା ଗଣା ହେଲା ବେଳେ5ଫୋଁଟା ବେଶି ପୁରସ୍କାର ପାଏ ସୁତରାଂ 'ହାତର ପାଞ୍ଚ'କୁ ମିଶାଇ ସମସ୍ତ ତାସର ମୂଲ୍ୟ ମୋଟରେ146ଅର୍ଥାତ୍7କୋଡ଼ି6ଫୋଁଟା ଯେଉଁ ପକ୍ଷର ଜିଣି ନେଇଥିବା ତାସ ମାନଙ୍କ ମୂଲ୍ୟର ସମଷ୍ଟି2କୋଡ଼ି7ଫୋଁଟା ଅର୍ଥାତ୍47ଫୋଁଟାରୁ କମ ହୁଏ ସେ ପକ୍ଷ ହାରେ ଓ ଜିତିବା ପକ୍ଷର ଜୟ ଚିହ୍ନର ନିଦର୍ଶନ ରୂପେ ଖଣ୍ଡେ ରଦି ତାସ୍ ହାରିବା ପକ୍ଷ ଉପରେ 'ବସେ' ତାସ ବଣ୍ଟା ହେବା ପରେ ଯେବେ ଦେଖାଯାଏ ଯେ ଜଣେ ଖେଳାଳୀର ହାତରେ ଏକରଙ୍ଗର ସାହେବ ଓ ବିବୀ ପଡ଼ିଛି ତେବେ ତାହାର 'ଇସ୍ତକ୍' ହୁଏ ଉକ୍ତ ଖେଳାଳୀ ଉକ୍ତ 'ଇସ୍ତକ' ଦୁଇ ପଟ ତାସ୍ ଖେଳି ସାରିଲେ ତାହାର 'ଇସ୍ତକ କାୱାର' ହେଲା ବୋଲି କୁହାଯାଏ ଗୋଟିଏ ପକ୍ଷର 'ଇସ୍ତକ' ହେଲେ ଅପର ପକ୍ଷ ଖେଳରେ ଅନ୍ତତଃ3କୋଡ଼ି60ଫୋଁଟା ମୂଲ୍ୟର କାଗଜ ଜିଣି ନ ପାରିଲେ ହାରିଯାଏ ଏକ ପକ୍ଷର ଜଣେ ଖେଳାଳିର ହାତରେ ଏକ ରଙ୍ଗର କ୍ରମିକ ସଂଖ୍ୟାବିଶିଷ୍ଟ3ଖଣ୍ଡ ତାସ ପଡ଼ିଗଲେ ସେ ପକ୍ଷରେ 'ବିନ୍ତୀ' ହୁଏ ଏକ ପକ୍ଷର 'ବିନ୍ତୀ'ର ଉଚ୍ଚତମ ତାସ ଅପେକ୍ଷା ଅପର ପକ୍ଷରେ 'ବିନ୍ତୀ'ର ଉଚ୍ଚତମ ତାସ୍ର ମୂଲ୍ୟ ବେଶି ହେଲେ ଉଚ୍ଚତର ବିନତୀଧାରୀକୁ ଅପର ପକ୍ଷର ଖେଳ ଶେଷରେ47ଫୋଁଟା ପରିବର୍ତ୍ତରେ67ଫୋଁଟା ଦେଖାଇବା ଦରକାର ହୁଏ ନୋଚେତ୍ ସେ ପକ୍ଷ ହାରିବା ଏଥିରେ20ସଂଖ୍ୟା ଅଧିକ ଦେଖାଇବାକୁ ପଡ଼ିବାରୁ ଏହାର ନାମ 'ବିନତି' (ପର୍ଟୁଗୀଜ୍ ବିନ୍ତୀvinte=ବଂଶତି) ଏକ ରଙ୍ଗର ଚାରିଖଣ୍ଡ ତାସ କ୍ରମିକ ଭାବରେ ଜଣେ ଖେଳାଳୀର ହାତରେ ପଡ଼ିଲେ ଏହାକୁ 'ପଚାଶ' ବୋଲାଯାଏ କିନ୍ତୁ ରଙ୍ଗ ଘରର ଟୀକା, ସାହେବ, ମେମ, ଗୋଲାମ ଏହି4ଖଣ୍ଡି ତାସ୍ ଜଣେ ଖେଳାଳୀ ପାଇଲେ ତାହାକୁ 'ଇସ୍ତକ୍ ପଚାଶ' କହନ୍ତି ଯେଉଁ ପକ୍ଷର 'ପଚାଶ' ହୋଇଥାଏ ସେ ଖେଳ ଶେଷରେ50ଫୋଁଟା ମୂଲ୍ୟର ତାସ୍ ଜିଣି ଥିବାର ଦେଖାଇ ପାରିଲେ ଜୟୀ ହୁଏ କିନ୍ତୁ ଇସ୍ତକ୍ ପଚାଶ ହେଲେ ବିପକ୍ଷ ପକ୍ଷର ହାରି ଯିବାର ସମ୍ଭାବନାରେ ପ୍ରାୟ ଖେଳ ହୁଏ ନାହିଁ ଏବଂ ଖେଳ ନ ହୋଇ ସୁଦ୍ଧା ଇସ୍ତକ ପଚାଶ ପାଇଥିବା ପକ୍ଷ ଜୟର ଚିହ୍ନ ରୂପେ ଅପର ପକ୍ଷର ଉପରେ ଖଣ୍ଡେ କାଗଜ ଧରେ ଏକ ପକ୍ଷର ଜଣେ ଖେଳାଳୀ ହାତରେ 'ବୀନ୍ତି' ଓ ଅନ୍ୟପକ୍ଷର ଜଣକ ହାତରେ 'ଇସ୍ତକ୍' ଥିଲେ, ବୀନ୍ତି ପାଇବା ପକ୍ଷକୁ60ଫୋଁଟା ଓ ଇସ୍ତକ ପାଇବା ପକ୍ଷକୁ87ଫୋଁଟା ଦେଖାଇବାକୁ ପଡ଼େ ଯେବେ ଏକ ପକ୍ଷରେ ବିନ୍ତୀ ଓ ଅପର ପକ୍ଷରେ 'ପଞ୍ଚାଶ' ଥାଏ ତେବେ 'ପଞ୍ଚାଶ' ବାଲା60ଫୋଁଟା ଦେଖାଇଲେ ଜିତେ ଜଣେ ଖେଳାଳୀ ହାତରେ 'ଇସ୍ତକ' ଓ 'ପଚାଶ' ପଡ଼ିଲେ ଖେଳ ନ ହୋଇ ସୁଦ୍ଧା ସେହି ପକ୍ଷ ଜିଣେ4ଟା ଯାକ ରଙ୍ଗର ସାହେବ, ଗୋଲାମ, ବିବୀ ଓ ଟୀକା କିମ୍ବା ଏକ ରଙ୍ଗର କ୍ରମିକ ପରବର୍ତ୍ତୀ5ଖଣ୍ଡ କାଗଜ ଜଣକ ହାତକୁ ଆସିଲେ ତାହାର 'ଇସ୍ତକ ଦ୍ୱନ୍ଦର' ବା 'ଶହ' ହୁଏ 'ଶହ' ହେଲେ ନ ଖେଳି କରି ସୁଦ୍ଧା ଉକ୍ତ ବ୍ଯକ୍ତି ଜିଣେ ଯେବେ ଏକ ପକ୍ଷ ଉପର୍ଯୁପରି5ଥର ଜୟୀ ହୁଏ ତେବେ ଅପର ପକ୍ଷ ଉପରେ ସେ ଖଣ୍ଡିଏ 'ପଞ୍ଜା' କାଗଜ ବସାଏ ଗୋଟିଏ ପକ୍ଷ ଖେଳିସାରି ମୁଠାଏ ବା ପିଠିଏ ସୁଦ୍ଧା କାଗଜ ଜିତି ନ ପାରିଲେ ତାହା ଉପରେ ଅପର ପକ୍ଷ 'ଛକା' ବସେ ଯାହା ବିପକ୍ଷରେ 'ପଞ୍ଜା' ବସିଥାଏ ତାହା ଉପରେ ପୁଣି 'ଛକ୍କା' ବସିଲେ 'ବମ୍' ହୁଏ ଏକ ପକ୍ଷର ଖେଳାଳୀ ହାତରେ 'ରଙ୍ଗ'ର କାଗଜ ନ ଥିଲେ ଯେବେ ଅପର ପକ୍ଷ 'ରଙ୍ଗ' କାଗଜ ପକାଏ ତେବେ ପ୍ରଥମ ଖେଳାଳୀ ତା ପାଖରେ ଥିବା 'ବେରଙ୍ଗ' ବା 'ବଦରଙ୍ଗ'ର ଉଚ୍ଚତମ ସଂଖ୍ୟାର କାଗଜ ପକାଇଲେ ତାହାକୁ 'ପାସ' ବୋଲାଯାଏ ଖେଳାଳୀ ହାତରେ ଥିବା ' ବେରଙ୍ଗ'ର ସର୍ବୋଚ୍ଚ ମୂଲ୍ୟର ତାସ୍କୁ 'ଫିରେଇ' ('ଇଂ. ପ୍ରୀ;free)ବୋଲାଯାଏ]