ତାଳି ଦେବା Tāḻi debā

  • ଦେ. କ୍ରି. (ସଂ. ତାଳ) — ହାତତାଳି ଦେବା; ଦୁଇ କରତଳଦ୍ୱାରା ଶବ୍ଦ କରିବା; ଫଟକାର କରିବା — To clap one's palms
  • ଦେ. କ୍ରି. (ସଂ. ତାଳ) — ତାଳି ଦେଉଛନ୍ତି ଦର୍ଶକମଣ୍ଡଳୀ। ରାଧାନାଥ. ନନ୍ଦକେଶ୍ୱରୀ।
  • ଦେ. କ୍ରି. (ସଂ. ତାଳ) — [ଦ୍ର—ଠାକୁରଙ୍କୁ ନୈବେଦ୍ୟ ଦେବା ସମୟରେ, ଚଢ଼େଇ ଆଦିଙ୍କୁ ହୁରୁଡ଼ାଇବାରେ, ସଭାରେ କୌଣସି ବକ୍ତାଙ୍କ ବକ୍ତୃତାର ଆଦ୍ୟରେ ବା ଶେଷରେ କିମ୍ବା ବକ୍ତୃତାର କୌଣସି ଅଂଶ ଶ୍ରୋତାମାନଙ୍କ ହୃଦୟସ୍ପର୍ଶୀ ହେଲେ, ପ୍ରକାଶ୍ୟଭାବରେ ଲୋକଙ୍କୁ ନିନ୍ଦା ବା ଉପହାସ କରିବା ଉପଲକ୍ଷରେ, କଥା ନ କହି କୌଣସି ଦୂରସ୍ଥ ବ୍ଯକ୍ତିର ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ, ଗୀତବାଦ୍ୟାଦିର ତାଳ ଜ୍ଞାପନ କରିବାରେ ଓ ବିବାଦରେ ନିଯୁକ୍ତ କୌଣସି ବ୍ଯକ୍ତି ବା ପକ୍ଷକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ତାଳି ଦିଆଯାଏ।]
  • ଦେ. କ୍ରି. (ସଂ. ତାଳ) — ତାଳି ପକାଇବା (ଦେଖ) — Tāḻi pakāibā (See)
  • ଦେ. କ୍ରି. (ସଂ. ତାଳ) — (ଲକ୍ଷଣାର୍ଥ) ଯୋଗଦେବା — (figurative) To join
  • ଦେ. କ୍ରି. (ସଂ. ତାଳ) — ଉପହାସ କରିବା — To deride