ତାଳ ମୂଳୀ Tāḻa mūḻī

  • ସଂ. ବି. ସ୍ତ୍ରୀ — ତାଳର ଗଜାଗଛ ପରି ଦେଖା ଯାଉଥିବା ଏକପ୍ରକାର କ୍ଷୁଦ୍ର ଗୁଳ୍ମ — A kind of medicinal plant resembling very young shoots of palm trees; Corculigo Orchiodes; Asparagus Sarmentosus
  • ସଂ. ବି. ସ୍ତ୍ରୀ — [ଦ୍ର—ଏହାର ଫୁଲ ହଳହିଆ ଗନ୍ଧହୀନ ଓ ଷଟ୍ଦଳ; ଏହାର ମୂଳ ଔଷଧ ରୂପେ ବ୍ଯବହୃତ ହୁଏ। ଏହି ଗଛ ପ୍ରତିବର୍ଷ ମରିଯାଏ ଓ ପୁଣି ଚେରରୁ ଗଜା ବାହାରେ। ଏହାର ମୂଳର କନ୍ଦ ଆଳୁ ପରି; ଏହାର ପତ୍ର ଓ ଡାଳ ତାଳପତ୍ର ଓ ବାହୁଙ୍ଗାରେ ଆକୃତି ପରି। କୃଷ୍ଣ ଓ ଶୁକ୍ଲ ଭେଦରେ ଏହା ଦୁଇପ୍ରକାର । ଏହା ମଧୁରତିକ୍ତରସ; ଶୁକ୍ର ବର୍ଦ୍ଧକ, ଉଷ୍ଣ ବୀର୍ଯ୍ୟ, ପୁଷ୍ଟିକାରକ, ଗୁରୁ, ରସାୟନ, ଓ ଅର୍ଶଃ ଏବଂ ବାୟୁନାଶକ।]