ତାଳ ପତର Tāḻa patara
- ଦେ. ବି. (ସଂ. ତାଳ ପତ୍ର) — ତାଳ ପତ୍ର (ଦେଖ) — Tāḻa patra (See)
- ଦେ. ବି. (ସଂ. ତାଳ ପତ୍ର) — [ଦ୍ର—ତାଳଗଛର ଶାଖାର ବୃନ୍ତକୁ ବାହୁଙ୍ଗା ବୋଲାଯାଏ। ବୃନ୍ତ ଅଗରେ ଯେଉଁ ବ୍ୟଜନାକୃତି ପରସ୍ପର ସଙ୍ଗେ ଲିପ୍ତ ପତ୍ରଗୁଛ ଥାଏ ତାହା ତାଳପତ୍ର ଅଟେ। ଭାଷାରେ ତାକୁ ତାଳବରଡ଼ା କହନ୍ତି ଓ ଉକ୍ତ ବ୍ୟଜନାକୃତି ପତ୍ରକୁ ଲମ୍ବ ଲମ୍ବ ପଟିରେ ଚିରିଦେଲେ ତହିଁମଧ୍ୟରେ ଶଳାକା (ଖଡ଼ିକା) ଥିବା ଦୁଇଫାଳିଆ ଯେଉଁ ପତ୍ର ବାହାରେ ତାକୁ ତାଳପତର କହନ୍ତି ଓ ତହିଁ ଉପରେ ଲେଖନ ସାହାଯ୍ଯରେ ଲେଖାଯାଏ।]