ତାରାତାରିଣୀ Tāātāriṇī

  • ପ୍ରାଦେ. (ଗଞ୍ଜାମ) ବି. ସ୍ତ୍ରୀ — ଦେବୀବିଶେଷ — A goddess worshipped in Ganjam
  • ପ୍ରାଦେ. (ଗଞ୍ଜାମ) ବି. ସ୍ତ୍ରୀ — [ଦ୍ର— ଖଲ୍ଲିକୋଟର ତାରିଣୀ ନାମକ ପାହାଡ଼ ଉପରେ ପ୍ରତିଷ୍ଠିତ ଦୁର୍ଗାମୂର୍ତ୍ତି । ଅତି ପୁରାକାଳରେ ପୂର୍ବଖଣ୍ଡ ରାଜ୍ୟରେ ମାଣିକେଶ୍ୱର ନାମକ ଏକ ରାଜା ଥିଲେ । ପ୍ରତିଦିନ ଏକ ମାଳାକାର ତାହାଙ୍କୁ ପୁଷ୍ପମାଳା ପ୍ରଦାନ କରୁଥାଏ । ଦିନେ ଉକ୍ତ ମାଳାକାର ପ୍ରତ୍ୟୁଷରୁ ଋଷିକୁଲ୍ୟା ନଦୀକୁ ଯାଇ ସ୍ନାନ କରିବା ନିମନ୍ତେ ନଦୀଜଳ ଆଲୋଡ଼ନ କରିବା ସମୟରେ ତାରା ତାରିଣୀ ଦୁଇଗୋଟି ଦେବ— କନ୍ୟାରୂପେ ଜଳ ମଧ୍ୟରୁ ଉଠିଲେ । ମାଳାକାରର କେହି ସନ୍ତାନ ନ ଥିବାରୁ ସେ କନ୍ଯା ଦ୍ୱୟଙ୍କୁ ନେଇ ନିଜ ଗୃହରେ ପାଳନ କଲା । ଦିନେ କନ୍ଯା ଦ୍ୱୟଙ୍କ ରଚିତ ଅପୂର୍ବ ପୁଷ୍ପମାଳା ଦର୍ଶନ କରି ରାଜା ନିଜେ ସେମାନଙ୍କୁ ଦେଖିବାକୁ ଇଚ୍ଛା କଲେ । ଏହା ଜାଣି କନ୍ୟାଦ୍ୱୟ ପଳାୟନ କଲେ । ରାଜା ସେମାନଙ୍କୁ ପଶ୍ଚାତ୍ରେ ଧରିବା ଇଚ୍ଛାରେ ସସୈନ୍ୟରେ ଧାବମାନ ହେବାରୁ କନ୍ୟାଦ୍ୱୟ ପର୍ବତ ଶିଖରରେ ଶିଳାର ଆକାର ଧାରଣ କଲେ । ସେହି ଦିନଠାରୁ ସେହି ସ୍ଥାନରେ ଦେବୀଦ୍ୱୟ ଅବସ୍ଥାନ କରି ପୂଜିତ ହେଉଅଛନ୍ତି ବୋଲି ଜନଶ୍ରୁତି ଅଛି । ତାରିଣୀଚରଣ—ଋଷିକୁଲ୍ୟା ।]