ତାରପିନ୍ Tārapin
- ବୈଦେ. ବି. (ଇଂ. ଟର୍ପେଣ୍ଟାଇନ୍) — ଦେବଦାରୁ ଜାତୀୟ ସର୍ଜ ବା ସରଳ ବୃକ୍ଷରୁ ବାହାରିବା ନିର୍ଯ୍ୟାସରୁ ପ୍ରସ୍ତୁତ ତୈଳ — The oil of turpentine
- ବୈଦେ. ବି. (ଇଂ. ଟର୍ପେଣ୍ଟାଇନ୍) — [ଦ୍ର— ଭୁଟାନ, କାଶ୍ମୀର ଓ ଆଫ୍ଗାନିସ୍ଥାନର ପାର୍ବତ୍ୟ ଅଞ୍ଚଳରେ ଜନ୍ମିବା ଏକ ପ୍ରକାର ବଡ଼ ଗଛ (ସଂ. ନାମ ସରଳ; ହି. ଚୀଡ; ବଂ ଚିଡ଼ବା ସରଲ; ଇଂ — pine;ଲାଟୀନ୍pinus Longifolia)ର ଗଣ୍ଡିରେ ଭୂମି ତଳୁ2ହାତ ଛାଡ଼ି କଣା କଲେ ସେଥିରୁ ଏକ ପ୍ରକାର ଅଠାଳିଆ ରସ ବାହାରେ; ସେ ରସକୁ ଗନ୍ଧବିରିଜା (ସର୍ଜରସ) କହନ୍ତି ଗନ୍ଧବିରିଜାକୁ ନିଆଁ ଉପରେ ଚୁଆଇଲେ ଯେଉଁ ତେଲ ବାହାରେ ତାହା ତାରପିନ୍ ଏହା ମାଲିସ୍ କଲେ ଦେହର ଦରଜ କମିଯାଏ ଏହା ଔଷଧରେ ଲାଗେ ଓ ବାର୍ଣ୍ଣିସ୍ରେ ଓ ରଙ୍ଗରେ ମିଶାଯାଏ