ତାପ Tāpa

  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — ଉତ୍ତାପ; ଆଁଚ — Heat; warmth; blaze, glare
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — [ଦ୍ର—ଜଡ଼ବିଜ୍ଞାନ ମତରେ ତାପ ଜଡ଼ପଦାର୍ଥର ଗୋଟିଏ ଶକ୍ତିର ବିକାଶ ମାତ୍ର। ଏହି ଶକ୍ତି ଜଡ଼ପଦାର୍ଥର ଅଣୁରେ ପ୍ରଚ୍ଛନ୍ନ ଥାଏ। କଠିନ, ତରଳ ଓ ବାୟବୀୟ ସକଳ ପଦାର୍ଥସ୍ଥ ଅଣୁ ଶକ୍ତିଯୁକ୍ତ ହେଲାମାତ୍ରେ ଉକ୍ତ ଶକ୍ତି ବିକଶିତ ହୁଏ।]
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — ଉଷ୍ଣତା — Temperature; warmth
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — ଉତ୍ତାପୋତ୍ପାଦିକା ଶକ୍ତି — The force which generates heat
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — [ଦ୍ର—ସୂକ୍ଷ୍ମଭାବରେ ବିଚାର କଲେ ତାପ ଓ ଉଷ୍ଣତା ଏକ ନୁହେ। ତାପ ପ୍ରୟୋଗ ଦ୍ୱାରା ଶରୀରରେ ଉଷ୍ଣତା ଉତ୍ପନ୍ନ ହୁଏ। ତାପ ବାହାରିଗଲେ ଉଷ୍ଣତା କମିଯାଏ। ବିଜ୍ଞାନ ମତରେ ସବୁ ପଦାର୍ଥରେ (ଏମନ୍ତ କି ବରଫରେ, ସୁଦ୍ଧା) ତାପ ଅଛି। ମନୁଷ୍ୟ ସ୍ପର୍ଶେନ୍ଦ୍ରିୟ ଦ୍ୱାରା ପଦାର୍ଥର ଉଷ୍ଣତା ଅନୁଭବ କରେ। ସ୍ପର୍ଶେନ୍ଦ୍ରିୟଦ୍ୱାରା କଳନା କରାଯାଇ ନ ପାରିବା ସୂକ୍ଷ୍ମ ତାପର ପରମାଣାଦି ନିର୍ଣ୍ଣୟ କରିବା ପାଇଁ ସୂକ୍ଷ୍ମ ଯନ୍ତ୍ରମାନ ଆବିଷ୍କୃତ ହୋଇଅଛି।]
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — ସନ୍ତାପ; କ୍ଳେଶ; ଯନ୍ତ୍ରଣା; ଦୁଃଖ — Pain; distress; agony
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — ଇନ୍ଦ୍ର ସେ ସକାଶରୁ ପାଇ ଅତି ତାପ, ବୋଇଲେ ଯବନ୍ତ୍ରୀତ କରୁ କେତେ ଦର୍ପ—କୃଷ୍ଣସିଂହ. ମହାଭାରତ. ବନ।
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — ଅଶାନ୍ତି; ଗୋଳମାଳ — Turmoil; agitation; torment
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — କ୍ରୋଧ; କୋପ — Anger
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — ମାନସିକ ଦୁଃଖ; ଶୋକ — Sorrow; grief; mortification
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — ରୂପକୁ ଲୋପ କରି ନିଷଧ ଅଧିପ ବୁଲୁଅଛନ୍ତି ମହୀଯାକ ବହି ତାପ—କୃଷ୍ଣସିଂହ. ମହାଭାରତ. ବନ।
  • ସଂ. ବି. କ୍ଳୀ (ତପ୍ ଧାତୁ=ଗରମ ହେବା+ଭାବେ, ଅ) — ଜ୍ୱର — Fever