ତାପ୍ତୀ Tāptī

  • ସଂ. ବି. ସ୍ତ୍ରୀ. (ନାମ) — ଦାକ୍ଷିଣାତ୍ୟର ନଦୀବିଶେଷ — Name of a river in the Deccan
  • ସଂ. ବି. ସ୍ତ୍ରୀ. (ନାମ) — [ଦ୍ର—ଏହା ବିନ୍ଧ୍ୟାଚଳର ଦକ୍ଷିଣ ପାଖ ସାତପୁରା ପାହାଡ଼ରୁ ବାହାରି ପଶ୍ଚିମମୁଖ ହୋଇ ସୁରାଟଠାରେ ଆରବ ସାଗରର କାମ୍ବେ ଉପସାଗରରେ ପଡ଼ିଅଛି। ସ୍କନ୍ଦ ପୁରାଣ ତାପୀଖଣ୍ଡରେ ଲେଖା ଅଛି ଯେ ବରୁଣ ଅଗସ୍ତ୍ୟ ମୁନିଙ୍କ ଶାପରେ ସଂବରଣ ନାମରେ ସୋମବଂଶର ରାଜା ହେଲେ ଓ ବହୁ ତପସ୍ୟା କରି ସୂର୍ଯ୍ୟଙ୍କ ପରମ ରୂପବତୀ ଓ ପାପନାଶିନୀ କନ୍ଯା ତାପୀଙ୍କୁ ବିବାହ କଲେ। ତାପୀ ତାପତୀ ବା ତାପ୍ତୀ ନଦୀରୂପେ ଧରାତଳରେ ବହୁଅଛନ୍ତି। ଏ ନଦୀରେ ସ୍ନାନ କଲେ ଓ ବିଶେଷତଃ ଆଷାଢ଼ ମାସରେ ସ୍ନାନ କଲେ ସବୁ ପାତକ ନାଶ ହୁଏ। ଏହା ତଟରେ ଗଜତୀର୍ଥ, ଅକ୍ଷମାଳା ତୀର୍ଥ ଆଦି ଅନେକ ତୀର୍ଥ ଅଛି ଓ ତଟଦେଶରେ ଭିନ୍ନ ଭିନ୍ନ ସ୍ଥାନରେ 108 ମହାଲିଙ୍ଗ ଅଛନ୍ତି—ହି. ଶବ୍ଦସାଗର। ଏହାର ମୁହାଣ ପାଖେ ସୁରାଟ ନଗର ଅବସ୍ଥିତ। ନାଗପୁରଠାରୁ ଯେଉଁ ରେଲଲାଇନ ବୋମ୍ବେ ଆଡ଼କୁ ଯାଇଅଛି ତାହା ତାପ୍ତୀ ନଦୀର ପ୍ରାୟ ସମାନ୍ତର— ଭାବରେ ଖଣ୍ଡେଦୂର ଛଡ଼ାରେ ଭୂସାବଲ ବାଟେ ସୁରାଟ ପର୍ଯ୍ୟନ୍ତ ଯାଇଅଛି।] — [ଦ୍ର—ଏହା ବିନ୍ଧ୍ୟାଚଳର ଦକ୍ଷିଣ ପାଖ ସାତପୁରା ପାହାଡ଼ରୁ ବାହାରି ପଶ୍ଚିମମୁଖ ହୋଇ ସୁରାଟଠାରେ ଆରବ ସାଗରର କାମ୍ବେ ଉପସାଗରରେ ପଡ଼ିଅଛି ସ୍କନ୍ଦ ପୁରାଣ ତାପୀଖଣ୍ଡରେ ଲେଖା ଅଛି ଯେ ବରୁଣ ଅଗସ୍ତ୍ୟ ମୁନିଙ୍କ ଶାପରେ ସଂବରଣ ନାମରେ ସୋମବଂଶର ରାଜା ହେଲେ ଓ ବହୁ ତପସ୍ୟା କରି ସୂର୍ଯ୍ୟଙ୍କ ପରମ ରୂପବତୀ ଓ ପାପନାଶିନୀ କନ୍ଯା ତାପୀଙ୍କୁ ବିବାହ କଲେ ତାପୀ ତାପତୀ ବା ତାପ୍ତୀ ନଦୀରୂପେ ଧରାତଳରେ ବହୁଅଛନ୍ତି ଏ ନଦୀରେ ସ୍ନାନ କଲେ ଓ ବିଶେଷତଃ ଆଷାଢ଼ ମାସରେ ସ୍ନାନ କଲେ ସବୁ ପାତକ ନାଶ ହୁଏ ଏହା ତଟରେ ଗଜତୀର୍ଥ, ଅକ୍ଷମାଳା ତୀର୍ଥ ଆଦି ଅନେକ ତୀର୍ଥ ଅଛି ଓ ତଟଦେଶରେ ଭିନ୍ନ ଭିନ୍ନ ସ୍ଥାନରେ108ମହାଲିଙ୍ଗ ଅଛନ୍ତି—ହି. ଶବ୍ଦସାଗର ଏହାର ମୁହାଣ ପାଖେ ସୁରାଟ ନଗର ଅବସ୍ଥିତ ନାଗପୁରଠାରୁ ଯେଉଁ ରେଲଲାଇନ ବୋମ୍ବେ ଆଡ଼କୁ ଯାଇଅଛି ତାହା ତାପ୍ତୀ ନଦୀର ପ୍ରାୟ ସମାନ୍ତର— ଭାବରେ ଖଣ୍ଡେଦୂର ଛଡ଼ାରେ ଭୂସାବଲ ବାଟେ ସୁରାଟ ପର୍ଯ୍ୟନ୍ତ ଯାଇଅଛି]