ତାନ୍ତିଆ ଟୋପୀ Tāntiā ṭopī
- ଦେ. ବି. (ନାମ) (ହି. ତାନ୍ତିଆ=ସରୁ; କଥିତ ଅଛି ଯେ ସେ ଦେଖିବାକୁ ଶୀର୍ଣ୍ଣକାୟ ଥିଲେ) — 1857 ଖ୍ରୀଷ୍ଟାବ୍ଦରେ ଭାରତର ସିପାହୀବିଦ୍ରୋହ ସମୟରେ ବିଦ୍ରୋହୀଦଳର ଜନୈକ ଅଧିନାୟକ — 1857ଖ୍ରୀଷ୍ଟାବ୍ଦରେ ଭାରତର ସିପାହୀବିଦ୍ରୋହ ସମୟରେ ବିଦ୍ରୋହୀଦଳର ଜନୈକ ଅଧିନାୟକ— The name of a leader of the rebellious forces during the Indian Sepoy mutiny of 1857 A. D
- ଦେ. ବି. (ନାମ) (ହି. ତାନ୍ତିଆ=ସରୁ; କଥିତ ଅଛି ଯେ ସେ ଦେଖିବାକୁ ଶୀର୍ଣ୍ଣକାୟ ଥିଲେ) — [ଦ୍ର—ଏ ମହାରାଷ୍ଟ୍ରୀୟ ବ୍ରାହ୍ମଣ ଓ ପ୍ରଥମେ ନାନାସାହେବଙ୍କ ଅଧୀନରେ କାମ କରୁଥିଲେ। 1857 ସାଲର ସିପାହୀବିଦ୍ରୋହ ସମୟରେ କାନପୁରରେ ଇଂରାଜିମାନଙ୍କୁ ହତ୍ୟା କରିବା ବିଷୟର ଏ ପ୍ରଧାନ ଉତ୍ତେଜକ ଥିଲେ। ଏ ବିଠୁରର ଯୁଦ୍ଧରେ ବିଦ୍ରୋହୀ ସେନାମାନଙ୍କର ଅଧିନାୟକ ଥାଇ ଇଂରାଜମାନଙ୍କ ଦ୍ୱାରା ପରାଜିତ ହେଲେ। ପରେ ଯାଇ ଝାନ୍ସୀର ରାଣୀ ଯୋଧବାଈଙ୍କ ସଙ୍ଗେ ଇଂରାଜଙ୍କ ବିପକ୍ଷରେ ଯୋଗ ଦେଲେ, କିନ୍ତୁ ସେଠାରେ ପରାଜିତ ହୋଇ ପୁଣି 20 ହଜାର ସୈନ୍ୟ ସଂଗ୍ରହ କଲେ ଓ ପୁଣି ପରାସ୍ତ ହେଲେ। କିଛିଦିନ ପରେ ଏ ଗୋଆଲିଅର ଦୁର୍ଗ ହସ୍ତଗତ କରି ସେଠାରେ ମଧ୍ୟ ପରାଜିତ ହୋଇ ମଧ୍ୟଭାରତ, ରାଜପୁତାନା ଓ ବୁନ୍ଦେଲଖଣ୍ଡରେ ଲୁଚି ବୁଲିଲେ। ପରେ 1859 ମସିହାରେ ଧରା ପଡ଼ି ବିଚାରରେ ରାଜବିଦ୍ରୋହ ଅପରାଧରେ ଅପରାଧୀ ସାବ୍ୟସ୍ତ ହୋଇ ପ୍ରାଣଦଣ୍ଡରେ ଦଣ୍ଡିତ ହେଲେ। ଏ ନିଷ୍ଠୁର, ଧୂର୍ତ୍ତ ଓ ବିଦ୍ରୋହୀମାନଙ୍କ ଦଳ ମଧ୍ୟରେ ଏକମାତ୍ର ଯୁଦ୍ଧନିପୁଣ ବ୍ଯକ୍ତି ଥିଲେ। ସୁବଳଚନ୍ଦ୍ର ବଙ୍ଗଳା ଅଭିଧାନ। ଏହାଙ୍କୁ କେହି କେହି ତାନ୍ତିଆ ଭିଲ ବୋଲ କହନ୍ତି ଓ ଏ ଭିଲ ସର୍ଦ୍ଦାର ଥିବାର ମନେ କରନ୍ତି, କିନ୍ତୁ ଏହା ଭ୍ରମ।] — [ଦ୍ର—ଏ ମହାରାଷ୍ଟ୍ରୀୟ ବ୍ରାହ୍ମଣ ଓ ପ୍ରଥମେ ନାନାସାହେବଙ୍କ ଅଧୀନରେ କାମ କରୁଥିଲେ1857ସାଲର ସିପାହୀବିଦ୍ରୋହ ସମୟରେ କାନପୁରରେ ଇଂରାଜିମାନଙ୍କୁ ହତ୍ୟା କରିବା ବିଷୟର ଏ ପ୍ରଧାନ ଉତ୍ତେଜକ ଥିଲେ ଏ ବିଠୁରର ଯୁଦ୍ଧରେ ବିଦ୍ରୋହୀ ସେନାମାନଙ୍କର ଅଧିନାୟକ ଥାଇ ଇଂରାଜମାନଙ୍କ ଦ୍ୱାରା ପରାଜିତ ହେଲେ ପରେ ଯାଇ ଝାନ୍ସୀର ରାଣୀ ଯୋଧବାଈଙ୍କ ସଙ୍ଗେ ଇଂରାଜଙ୍କ ବିପକ୍ଷରେ ଯୋଗ ଦେଲେ, କିନ୍ତୁ ସେଠାରେ ପରାଜିତ ହୋଇ ପୁଣି20ହଜାର ସୈନ୍ୟ ସଂଗ୍ରହ କଲେ ଓ ପୁଣି ପରାସ୍ତ ହେଲେ କିଛିଦିନ ପରେ ଏ ଗୋଆଲିଅର ଦୁର୍ଗ ହସ୍ତଗତ କରି ସେଠାରେ ମଧ୍ୟ ପରାଜିତ ହୋଇ ମଧ୍ୟଭାରତ, ରାଜପୁତାନା ଓ ବୁନ୍ଦେଲଖଣ୍ଡରେ ଲୁଚି ବୁଲିଲେ ପରେ1859ମସିହାରେ ଧରା ପଡ଼ି ବିଚାରରେ ରାଜବିଦ୍ରୋହ ଅପରାଧରେ ଅପରାଧୀ ସାବ୍ୟସ୍ତ ହୋଇ ପ୍ରାଣଦଣ୍ଡରେ ଦଣ୍ଡିତ ହେଲେ ଏ ନିଷ୍ଠୁର, ଧୂର୍ତ୍ତ ଓ ବିଦ୍ରୋହୀମାନଙ୍କ ଦଳ ମଧ୍ୟରେ ଏକମାତ୍ର ଯୁଦ୍ଧନିପୁଣ ବ୍ଯକ୍ତି ଥିଲେ ସୁବଳଚନ୍ଦ୍ର ବଙ୍ଗଳା ଅଭିଧାନ ଏହାଙ୍କୁ କେହି କେହି ତାନ୍ତିଆ ଭିଲ ବୋଲ କହନ୍ତି ଓ ଏ ଭିଲ ସର୍ଦ୍ଦାର ଥିବାର ମନେ କରନ୍ତି, କିନ୍ତୁ ଏହା ଭ୍ରମ]