ତାନ ଧରିବା Tāna dharibā
- ଦେ. କ୍ରି. — ଗୀତ ବୋଲାଯିବା ଆଗରୁ ଉକ୍ତ ଗୀତର ସ୍ୱର ବା ରାଗକୁ ଆବୃତ୍ତି କରିବା; ଗୀତ ବୋଲିବା ପୂର୍ବରୁ 'ତାନା ନାନା' ଆଦି ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ଯତିପାତ କରି ଉକ୍ତ ଗୀତର ସ୍ୱରକୁ ଆବୃତ୍ତି କରିବା — To flourish a tune or recite the key-note before singing a song
- ଦେ. କ୍ରି. — [ଯଥା—''ବନ୍ଦଇ ସାରଳା ମା ଗୋ ତୋର ଶ୍ରୀଚରଣେ'' ଏହି ଗୀତ ବୋଲିବା ପୂର୍ବରୁ ଗାୟକ 'ନାରେ ନାରେ ନାରେ ନାରେ ନାରେ ନାରେ ନାରେ' ଆବୃତ୍ତି କରି ଉକ୍ତ ଗୀତର ତାନ ଧରନ୍ତି, ତାପରେ ଅସଲ ଗୀତକୁ ବୋଲନ୍ତି।]