ତାତାର୍ Tātār
- ବୈଦେ. ବି. (ଫା) (ନାମ) — ମଧ୍ୟଆସିଆର ଦେଶବିଶେଷ; ତୁର୍କୀସ୍ଥାନ — Tartary; Tartar; Turkistan
- ବୈଦେ. ବି. (ଫା) (ନାମ) — [ଦ୍ର—ଏଥିର ଦକ୍ଷିଣରେ ପାରସ୍ୟ, ଅଫଗାନିସ୍ଥାନ, କାଶ୍ମୀର ଓ ତିବ୍ୱତ ଓ ଚୀନ ଦେଶମାନ, ପଶ୍ଚିମରେ କାସ୍ପିଆନ୍ ସାଗର, ଉତ୍ତରରେ ଆସିୟିକ ରୂସିଆ ଓ ପୂର୍ବରେ ମାଙ୍ଗୋଳିଆ ଓ ଚୀନ। କେହି କେହି ମାଙ୍ଗୋଲିଆକୁ ତାତାରର ଅନ୍ତର୍ଗତ ବୋଲି କହନ୍ତି କେହି କେହି ମାଙ୍ଗୋଲିଆକୁ ବାଦ ଦିଅନ୍ତି। ବୋଖାରା, ସମରକନ୍ଦ, ୟାରକନ୍ଦ, ଖୋଟାନ, ଖୋକନ ଏ ଦେଶର ପ୍ରଧାନ ନଗରମାନ।]