ତାତା ଥେଇ Tātā thei
- ଦେ. ଅ — ନାଟ ଓ ବାଦ୍ୟର ଉକୁଟ; ନାଟ ଓ ବାଦ୍ୟ କଲାବେଳେ ମୁହଁରେ ବୋଲାଯିବା ତାଳମାନସୂଚକ ଧ୍ୱନି — The measures uttered in connection with singing and dancing
- ଦେ. ଅ — ଅପସରାମାନେ ତା ଦେଖି ଗୀତ ଗାଇ ନୃତ୍ୟ ଆରମ୍ଭିଲେ ବୋଲିଣ ତାତାଥେଇ। କୃଷ୍ଣସିଂହ. ମହାଭାରତ ବନ ଥ ଅକ୍ଷର ହୋଇଛି ତାତାଧିନା ଥେଇ ମୃଦଙ୍ଗ ବାଜୁଛି ଆଦ୍ୟ ସଞ୍ଚାରକୁ ଫେଇ। ପ୍ରାଚୀ, ବ୍ରହ୍ମନିରୁପଣଗୀତା।
- ଦେ. ଅ — (ତାତାଥେ; ତାତାଥେଇ; ତାତାଥିନି; ତାତାଥୈ; ତାତା ଥେଇ ଥେଇ; ତାତା ଥିନିଥିନି; ତାତା ଥୈଥେ; ତାତାଧିନ୍; ତାତାଧିନୀ ତାତାଧିନି; ଧ୍ୱନ୍ଦ; ଧିନ୍ଦାକ୍; ତାତା ଧିନି ଧିନି; ତାତା ତାଧିନ; ତାତା ତାଧିନିତା; ତାତା ଧିନ୍ ଧିନ୍; ତାତା ଧିନଧିନା; ତାକ୍ ଧିନ୍ତା; ତାକ୍ ଧିନିତା; ତାତାଧିନା; ତାତାଧିନି; ତାତା ଧିନିତା; ତାତାଧିନା ଥେଇ—ଅନ୍ଯରୂପ)
- ଦେ. ଅ — ବାଦ୍ୟ ଓ ତାଣ୍ଡବ ନୃତ୍ୟର ତାଳେ ତାଳେ ଚଳୁଥିବା ପଦତଳ ଓ କରତଳର ଧ୍ୱନି — Measured claps or steps at every beat or time of a dance or music; beating of time to music or dance