ତାଟିକୀଳାମାଡ଼ Tāṭikīḻā māṟḍ̠a
- ଦେ. ବି ତାଟିର କୀଳକ ଦଣ୍ଡ ବା ଧଡ଼ାଦ୍ୱାରା ପ୍ରହାର — Cudgelling with the bar of a Tāṭi
- ଦେ. ବି ଘରର ତାଟିକୁ କୀଳି ଦେଇ କୌଣସି ମନୁଷ୍ୟକୁ ଘର ମଧ୍ୟରେ ପୂରାଇ ମାରିବା — Beating a person inside a house by shutting the Tāṭi door (so that no outsider can interfere in the beating.)
- ଦେ. ବି ଏ ଘରେ ମୁଁ ରହିବି ନାହିଁ। ଖଣ୍ଡିଆ ପଥୁରି ଧୋଇବି ନାହିଁ। ତାଟିକୀଳା ମାଡ଼ ସହିବି ନାହିଁ। ଢଗ
- ଦେ. ବି [ଦ୍ର— ଆମ ଦେଶର ଇତର ଲୋକମାନଙ୍କର ନିଜ ସ୍ତ୍ରୀଙ୍କୁ ପ୍ରହାର କରିବା ଘଟନାରେ ସ୍ତ୍ରୀମାନଙ୍କର ପ୍ରତ୍ୟୁକ୍ତିସୂଚକ ଏ ଢଗ ବୋଲା ଯାଏ। ତାଟିକୀଳା ମାଡ଼ର ଉଭୟ ଅର୍ଥ ସେ ସ୍ଥଳରେ ଖଟେ। ତାଟିର କୀଳା ଦ୍ୱାରାମାଡ଼ ଦିଆଯାଏ ଓ ତାଟିକୁ ଘର ଭିତରଆଡ଼ୁ କୀଳି ଦେଇ ସ୍ତ୍ରୀକୁ ମାଡ଼ ଦିଆଯାଏ, ଯେପରିକି ମାଡ଼ ଖାଉଥିବା ସ୍ତ୍ରୀ ମାଡ଼ ବିକଳରେ ଡାକ ପକାଇଲେ ଡାକ ଶୁଣି ବାହାରରୁ କେହି ଲୋକ ସେ ଘରଭିତରକୁ ଆସି ପାରିବେ ନାହିଁ ଓ ମାଡ଼ ଖାଉଥିବା ସ୍ତ୍ରୀକୁ ରକ୍ଷା କରି ପାରିବେ ନାହିଁ। ଦୁଇ ଅର୍ଥରେ ତାଟିକୀଳା ମାଡ଼ର ବିଷମ ପରିଣାମ ଆମ ଦେଶରେ ବାଉରି, କଣ୍ଡରା, ପାଣ, ହାଡ଼ି ଆଦିଙ୍କ ପରିବାରରେ ବିରଳ ନୁହେଁ।]