ତାଇଲା ମାଇଲା Tāilā māilā
- ଦେ. କ୍ରି. ବିଣ — ଉପଯୁକ୍ତ ସମୟ ଦେଖି ଉପଯୁକ୍ତ କାର୍ଯ୍ୟ କରିବା ପ୍ରକାରେ; ଦେଶକାଳପାତ୍ରର ଉପଯୋଗୀ କାର୍ଯ୍ୟ କରିବା ପ୍ରକାରେ — In a manner befitting the time or the condition; in an appropriate manner
- ଦେ. କ୍ରି. ବିଣ — ସଙ୍ଗେ ସଙ୍ଗେ; ତରତରିଆ ଭାବରେ କୌଣସି କାର୍ଯ୍ୟ କରିବା ପ୍ରକାରେ; ତାତ୍କାଳିକ ଭାବରେ — In a hasty manner; hurriedly; in no time
- ଦେ. କ୍ରି. ବିଣ — (ଯଥା—ଘରର ଏଷ୍ଟିମେଟ୍ ମଞ୍ଜୁର ହୋଇଗଲେ ମୁଁ ତାଇଲା ମାଇଲା କାମ ଲଗେଇ ଦେଇ ନିଶ୍ଚେ ଦୁଇ ମାସ ମଧ୍ୟରେ ଘରଟାକୁ ଠିଆ କରାଇ ଦେବି।)
- ଦେ. କ୍ରି. ବିଣ — କଦର୍ଯ୍ୟଭାବରେ; ଅଯତ୍ନଭାବରେ — Carelessly; in a slip-shod manner