ତହରିର ତକରିର୍ Taharir takarir
- ବୈଦେ. ବି. (କଚିରିଆ) (ଆ. ତହରୀର= ଲେଖେଇ ମିହନ୍ତନା+ତକରୀବ=ଉତ୍ସବ) — ଧାର୍ଯ୍ୟ ଖଜଣା ଉପରେ ପୂର୍ବେ ଜମିଦାରମାନେ ପ୍ରଜାଙ୍କଠାରୁ ତହସିଲଦାରର ବା ମୋହୋରିରର ପାରିଶ୍ରମିକ ଓ ନିଜର ଉତ୍ସବାଦିର ଖରଚ ଆଦି ପାଇଁ ନାନା ଆକାରରେ ଆଦାୟ କରୁଥିବା ଧନ; ଆବୱାବ୍ — 2. Illegal exactions formerly realised by Zamindars from the rayats; abwab
- ବୈଦେ. ବି. (କଚିରିଆ) (ଆ. ତହରୀର= ଲେଖେଇ ମିହନ୍ତନା+ତକରୀବ=ଉତ୍ସବ) — [ଦ୍ର—ବଙ୍ଗ ବିହାର ଓଡ଼ିଶାର ଜମିଦାରମାନେ ପୂର୍ବେ ତହସିଲ— କର୍ମଚାରୀମାନଙ୍କ ଲେଖାଇ ମିହନ୍ତନା ପାଇଁ ଓ ନିଜର ସୁନିଆ ଆଦି ଉତ୍ସବାଦିର ଖରଚ ପାଇଁ ପ୍ରଜାଙ୍କଠାରୁ ଖଜଣା ଉପରେ ଅତିରିକ୍ତ ଅର୍ଥ ଭିନ୍ନ ଭିନ୍ନ ନାମରେ ଆଦାୟ କରୁଥିଲେ। ସେଥି ମଧ୍ୟରୁ ତହରିର ଗୋଟିଏ ଓ ତକରୀବ ଗୋଟିଏ। ଏହି ସବୁକୁ ଇଂରାଜ ଗଭର୍ଣ୍ଣମେଣ୍ଟ ଆଇନ ଦ୍ୱାରା ବନ୍ଦ କରି ଅଛନ୍ତି। ଯେଉଁ ଜମିଦାର ପ୍ରଜାଙ୍କଠାରୁ ଏପରି ଅତିରିକ୍ତ ଅର୍ଥ ନେବାର ପ୍ରମାଣିତ ହେବ ସେ ଦଣ୍ଡନୀୟ ହେବେ ବୋଲି ସରକାର ଆଇନ କରିଅଛନ୍ତି।]