ତରଳାଇବା Taraḻāibā

  • ଦେ. କ୍ରି. (ସଂ. ତରଳ; ତରଳିବା କ୍ରିୟାର ଣିଜନ୍ତ— ରୂପ) — ଦ୍ରବ କରିବା — To melt; to liquify; to cause a solid matter to melt
  • ଦେ. କ୍ରି. (ସଂ. ତରଳ; ତରଳିବା କ୍ରିୟାର ଣିଜନ୍ତ— ରୂପ) — କୋମଳ କରାଇବା — To mollify; to soften
  • ଦେ. କ୍ରି. (ସଂ. ତରଳ; ତରଳିବା କ୍ରିୟାର ଣିଜନ୍ତ— ରୂପ) — ହୃଦୟରେ ଦୟା ଜାତ କରାଇବା — To elicit sympathy or pity from one's heart
  • ଦେ. କ୍ରି. (ସଂ. ତରଳ; ତରଳିବା କ୍ରିୟାର ଣିଜନ୍ତ— ରୂପ) — ହୃଦଯକୁ ଅସ୍ଥିର ବା ଚଞ୍ଚଳ କରାଇବା — To cause mental unrest; to afflict
  • ଦେ. କ୍ରି. (ସଂ. ତରଳ; ତରଳିବା କ୍ରିୟାର ଣିଜନ୍ତ— ରୂପ) — ତେରଛାଇ ଚାହିଁ ଦେବାରୁ ତରଳାଇ ଦେଉଛି—କଳାକଳେବର।
  • ଦେ. କ୍ରି. (ସଂ. ତରଳ; ତରଳିବା କ୍ରିୟାର ଣିଜନ୍ତ— ରୂପ) — ଭାଙ୍ଗିବା; ନାଶ କରିବା; ଲଘୁ କରିବା — To break; to ruin; to lessen
  • ଦେ. କ୍ରି. (ସଂ. ତରଳ; ତରଳିବା କ୍ରିୟାର ଣିଜନ୍ତ— ରୂପ) — ତିରସ୍କାରପୂର୍ବ ଭାଷା ତରଳାଇ ସୁଖ ଆଶା— କବିସୂର୍ଯ୍ୟ, କିଶୋରୀଚମ୍ପୂ ତ. ଗୀତ।
  • ଦେ. କ୍ରି. (ସଂ. ତରଳ; ତରଳିବା କ୍ରିୟାର ଣିଜନ୍ତ— ରୂପ) — [ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]