ତମ୍ବା ତୁଳସୀ ଛୁଇଁବା Tambā tuḻasī chhuiñbā
- ଦେ. କ୍ରି — ତମ୍ବା ଓ ତୁଳସୀପତ୍ର ଛୁଇଁ ହଲପ ବା ଶପଥ କରିବା — To swear by touching a piece of copper with Tulsi leaves
- ଦେ. କ୍ରି — [ଦ୍ର—ହିନ୍ଦୁଙ୍କର ବିଶ୍ୱାସ ଯେ ତମ୍ବା, ତୁଳସୀ, ଶାଳଗ୍ରାମ ବା ହରିବଂଶ ପୋଥି ଛୁଇଁ ନିୟମ ବା ହଲପ କରି ମିଛ କହିଲେ ହଲପ କରିବା ବ୍ଯକ୍ତିର ସର୍ବନାଶ ଘଟେ। ଏଣୁ ନ୍ଯାୟ— ନିଷାପରେ ଓ ଅଦାଲତରେ ମଧ୍ୟ ଲୋକେ ବିପକ୍ଷପକ୍ଷକୁ 'ନିର୍ଭର ହଲପ' ମାନନ୍ତି, ଅର୍ଥାତ୍ ବିପକ୍ଷ—ପକ୍ଷ 'ତମ୍ବାତୁଳସୀ', 'ତମ୍ବାତୁଳସୀ ଶାଳଗ୍ରାମ' ବା 'ତମ୍ବାତୁଳସୀ ହରିବଂଶପୋଥି' ଛୁଇଁ ହଲପ କରି ଯାହା କହିଯିବ ତାହାଦ୍ୱାରା ହଲପ ଦିଆଇବା ଲୋକ ବାଧ୍ୟ ହେବ ବୋଲି ସ୍ୱୀକାର କରନ୍ତି।]