ତବକ Tabaka

  • ବୈଦେ. ବି. (ଆ. ତବକହ୍=ପତ୍ର) — ଉପହାରରୂପେ ପ୍ରଦତ୍ତ ମିଷ୍ଟାନ୍ନ ବା ତାମ୍ବୁଳ ଉପରେ ଆବରଣରୂପେ ବ୍ଯବହୃତ ସୁନା ବା ରୂପାର ଅତି ସୂକ୍ଷ୍ମ ପାତିଆ ବା ସ୍ତର — Thin filaments of gold and silver used in overlaying presents of sweets or betels
  • ବୈଦେ. ବି. (ଆ. ତବକହ୍=ପତ୍ର) — [ଦ୍ର—ଏହି ପାତିଆ ଏତେ ପାତଳ ଯେ ଏହାକୁ ହାତରେ ମଳି ଦେଲେ ବା ପାଟିରେ ଚୋବାଇଦେଲେ ଏହା ଚୂନା ହୋଇ ମିଳେଇଯାଏ। କୌଣସି ମିଠେଇ ବା ପାନଖିଲ ଉପରେ ଏହାକୁ ବିଛାଇ ଦେଲେ ତାହା ସୁନାରୂପାରେ ଛୁଆଣି ହେଲା ପରି ଦିଶେ, ଅଥଚ ଖାଇ ଦେଲେ ଉକ୍ତ ପାତିଆ ପାଟିକୁ ଜଣା ପଡ଼େ ନାହିଁ। 1 ଭରି ଓଜନ ସୁନା ବା ରୂପାରେ 1 ଇଞ୍ଚ ଲମ୍ବ ଓ 5 ଇଞ୍ଚ ଚଉଡ଼ାର 160 ପରସ୍ତ 'ତବକ' ପ୍ରସ୍ତୁତ ହୋଇପାରେ ଏବଂ ଏହି 160 ଖଣ୍ଡ ଯାକ ଏକତ୍ର ଉପର୍ଯ୍ୟୁପରି ରଖି ଦେଲେ ସମୁଦାୟର ସ୍ଥୂଳତା ଏକ ଇଞ୍ଚର 1/8 ଭାଗ ସୁଦ୍ଧା ହୁଏ ନାହିଁ। 1 ଭରି ସୁନା ବା ରୂପାକୁ 160 ଖଣ୍ଡ କରି କାଟି 160 ପରସ୍ତ ମୃଗ ବା ଛାଗ ଚମଡ଼ାର ମୁଣା ମଧ୍ୟରେ ପ୍ରତ୍ୟେକ ପରସ୍ତରେ ଖଣ୍ଡିଏ ଲେଖାଏଁ ପୂରାଇ ସେ ଚମଡ଼ା ଉପରେ ହାତୁଡ଼ିରେ ମାଡ଼ ଦେଲେ ଉକ୍ତ ସୁନାରୂପାର କ୍ଷୁଦ୍ର କ୍ଷୁଦ୍ର ଖଣ୍ଡମାନ ଗୋଟିଏ ଗୋଟିଏ 'ତବକ'ରେ ପରିଣତ ହୁଏ।] — [ଦ୍ର—ଏହି ପାତିଆ ଏତେ ପାତଳ ଯେ ଏହାକୁ ହାତରେ ମଳି ଦେଲେ ବା ପାଟିରେ ଚୋବାଇଦେଲେ ଏହା ଚୂନା ହୋଇ ମିଳେଇଯାଏ କୌଣସି ମିଠେଇ ବା ପାନଖିଲ ଉପରେ ଏହାକୁ ବିଛାଇ ଦେଲେ ତାହା ସୁନାରୂପାରେ ଛୁଆଣି ହେଲା ପରି ଦିଶେ, ଅଥଚ ଖାଇ ଦେଲେ ଉକ୍ତ ପାତିଆ ପାଟିକୁ ଜଣା ପଡ଼େ ନାହିଁ1ଭରି ଓଜନ ସୁନା ବା ରୂପାରେ1ଇଞ୍ଚ ଲମ୍ବ ଓ 5 ଇଞ୍ଚ ଚଉଡ଼ାର160ପରସ୍ତ 'ତବକ' ପ୍ରସ୍ତୁତ ହୋଇପାରେ ଏବଂ ଏହି160ଖଣ୍ଡ ଯାକ ଏକତ୍ର ଉପର୍ଯ୍ୟୁପରି ରଖି ଦେଲେ ସମୁଦାୟର ସ୍ଥୂଳତା ଏକ ଇଞ୍ଚର1/8ଭାଗ ସୁଦ୍ଧା ହୁଏ ନାହିଁ1ଭରି ସୁନା ବା ରୂପାକୁ160ଖଣ୍ଡ କରି କାଟି160ପରସ୍ତ ମୃଗ ବା ଛାଗ ଚମଡ଼ାର ମୁଣା ମଧ୍ୟରେ ପ୍ରତ୍ୟେକ ପରସ୍ତରେ ଖଣ୍ଡିଏ ଲେଖାଏଁ ପୂରାଇ ସେ ଚମଡ଼ା ଉପରେ ହାତୁଡ଼ିରେ ମାଡ଼ ଦେଲେ ଉକ୍ତ ସୁନାରୂପାର କ୍ଷୁଦ୍ର କ୍ଷୁଦ୍ର ଖଣ୍ଡମାନ ଗୋଟିଏ ଗୋଟିଏ 'ତବକ'ରେ ପରିଣତ ହୁଏ]
  • ବୈଦେ. ବି. (ଆ. ତବକହ୍=ପତ୍ର) — ଚଉଡ଼ା ଓ ପତଳା ପିତଳର ବା ଅନ୍ଯ ଧାତୁର ଥାଳି — Big and thin plates of brass or other metal
  • ବୈଦେ. ବି. (ଆ. ତବକହ୍=ପତ୍ର) — (ହିନ୍ଦୁ ସ୍ତ୍ରୀମାନଙ୍କୁ ଡାହାଣୀ ଲାଗିବା ଭଳି) ପରୀମାନଙ୍କ ବାଧାରୁ ରକ୍ଷା ପାଇବା ନିମନ୍ତେ ମୁସଲ୍ମାନ୍ ସ୍ତ୍ରୀଲୋକଙ୍କ ବୋଲିବା ନମାଜ୍ — Portion of the Koran recited by Mahommedan females to save themselves from the attack of evil imps
  • ବୈଦେ. ବି. (ଆ. ତବକହ୍=ପତ୍ର) — ଘୋଡ଼ାଙ୍କ ଦିହରେ ଚକା ଚକା ଫୁଲା ଦାଗ ହେବା ଏକ ପ୍ରକାର ରୋଗ — A kind of disease attacking horses
  • ଦେ. ବି. (ତୁଳ. ସଂ. ସ୍ତବକ) — ପ୍ରସ୍ତ; ପରସ୍ତ — Layer; stratum
  • ଦେ. ବି. (ତୁଳ. ସଂ. ସ୍ତବକ) — ଥାକ — Shelf