ତନ୍ମାତ୍ର Tanmātra

  • ସଂ. ବି. (ତତ୍+ମାତ୍ରା=ପଞ୍ଚଭୂତାନ୍ତର୍ଗତ ଭୂତ) — ସାଂଖ୍ୟ ଦର୍ଶନର ମତରେ ପଞ୍ଚଭୂତର ଆଦି ଅମିଶ୍ର ସୂକ୍ଷ୍ମ ରୂପ — The suitable rudiments of the five elements of matter according to Sāṁkhya philosophy
  • ସଂ. ବି. (ତତ୍+ମାତ୍ରା=ପଞ୍ଚଭୂତାନ୍ତର୍ଗତ ଭୂତ) — [ଦ୍ର—ପଞ୍ଚଭୂତର (କ୍ଷିତି, ଅପ୍, ତେଜ, ମରୁତ୍ ଓ ବ୍ୟୋମର) ଗନ୍ଧ, ରସ, ରୂପ, ସ୍ପର୍ଶ ଓ ଶବ୍ଦ ତନ୍ମାତ୍ର ଅଟେ। ଏହି ପାଞ୍ଚ ଗୁଣକୁ ପଞ୍ଚ ତନ୍ମାତ୍ର ବୋଲାଯାଏ। ସାଂଖ୍ୟ ଦର୍ଶନ ମତରେ ଶବ୍ଦ ତନ୍ମାତ୍ରରୁ ବ୍ୟୋମର ଉତ୍ପତ୍ତି (ଅର୍ଥାତ୍ ଆକାଶର ଗୁଣ ଶବ୍ଦ); ଶବ୍ଦ ଓ ସ୍ପର୍ଶରୁ ମରୁତ୍ର ଉତ୍ପତ୍ତି; ଶବ୍ଦ, ସ୍ପର୍ଶ ଓ ରୂପରୁ ତେଜର ଉତ୍ପତ୍ତି; ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧରୁ କ୍ଷିତିର ଉତ୍ପତ୍ତି, ଅର୍ଥାତ୍ ଉପରୋକ୍ତ ମହାଭୂତ— ମାନଙ୍କରେ ତତ୍ତତ୍ ଗୁଣମାନ ଅଛି।]
  • ସଂ. ବି. (ତତ୍+ମାତ୍ରା=ପଞ୍ଚଭୂତାନ୍ତର୍ଗତ ଭୂତ) — ସେହି ମାତ୍ର; ତେତିକି ମାତ୍ର — That much
  • ସଂ. ବିଣ — ସେହି ମାତ୍ରକ; ସେହି ପରିମିତ — That much of
  • ସଂ. କ୍ରି. ବିଣ. (ତତ୍=ସେହି+ମାତ୍ର=କେବଳ; ନିତ୍ୟସମାସ) — କେବଳ ତାହାହିଁ; ତେତିକି ମାତ୍ର; ସେତିକିହିଁ — That much; only that