ତନ୍ତ୍ର ଧାରକ Tantra dhāraka

  • ସଂ. ବି. (ତନ୍ତ୍ର=କର୍ମକାଣ୍ଡ ପଦ୍ଧତି+ଧୃ ଧାତୁ= ଧାରଣ କରିବା +କର୍ତ୍ତୃ. ଅକ) — ଯେଉଁ ବ୍ଯକ୍ତି କର୍ମକାଣ୍ଡର ପଦ୍ଧତି ଅନୁସାରେ କର୍ମ କରୁଥିବା ବ୍ଯକ୍ତିଙ୍କୁ ମନ୍ତ୍ର ପାଠ କରାଏ, ଅର୍ଥାତ୍ କୌଣସି କର୍ମକାଣ୍ଡ ଅନୁଷ୍ଠିତ ହେବା ସମୟରେ ଯେଉଁ ପୁରୋହିତ ପୋଥି ଧରି କର୍ମକାଣ୍ଡୋକ୍ତ ମନ୍ତ୍ରପାଠରେ ସାହାଯ୍ୟ କରୁଥାଆନ୍ତି; କର୍ମକାଣ୍ଡର ପ୍ରଚାରକ — A priest who assists at a worship or rite by reciting mantras and procedure from the book of rituals