ତତ୍କାଳଯୋଗିନୀ Tatkāḻa j̄oginī
- ସଂ. ବି. ସ୍ତ୍ରୀ. (ଜ୍ୟୋତିଷୋକ୍ତ) — ଯାତ୍ରାଦି ସମୟରେ ଯାତ୍ରା କରିବା ବ୍ଯକ୍ତିର କେଉଁ ଦିଗରେ ଯୋଗିନୀ ଥାଆନ୍ତି ଏହା ସ୍ଥିର କରିବା ବିଧି — An astrological calculation to find out if a moment is auspicious for a person to start on a journey with reference to the position of the j̄ogini at that moment
- ସଂ. ବି. ସ୍ତ୍ରୀ. (ଜ୍ୟୋତିଷୋକ୍ତ) — [ଦ୍ର—ପଣ୍ଡିତ ଜ୍ୟୋତିଷ ମତରେ ଯୋଗିନୀ ବା ରୁଦ୍ରାଣୀ ଭିନ୍ନ ଭିନ୍ନ ତିଥିରେ ଭିନ୍ନ ଭିନ୍ନ ଦିଗରେ ଥାଆନ୍ତି। ପ୍ରତିପଦା ଓ ନବମୀରେ ପୂର୍ବେ, ତୃତୀୟା ଓ ଏକାଦଶୀରେ ଅଗ୍ନିକୋଣେ, ପଞ୍ଚମୀ ଓ ତ୍ରୟୋଦଶୀରେ ଦକ୍ଷିଣରେ, ଚତୁର୍ଥୀ ଓ ଦ୍ୱାଦଶୀରେ ନୈଋତ କୋଣରେ, ଷଷ୍ଠୀ ଓ ଚତୁର୍ଦଶୀରେ ପଶ୍ଚିମରେ, ସପ୍ତମୀ ଓ ପୂର୍ଣ୍ଣିମାରେ ବାୟୁକୋଣେ, ଦ୍ୱିତୀୟା ଓ ଦଶମୀରେ ଉତ୍ତରରେ, ଅଷ୍ଟମୀ ଓ ଅମାବାସ୍ୟାରେ ଐଶାନ୍ୟକୋଣରେ ଥାଆନ୍ତି। ଯୋଗିନୀରେ ଶେଷ 9 ଦଣ୍ଡ ପରିତ୍ୟାଜ୍ୟ। ଦକ୍ଷିଣ ଓ ସମ୍ମୁଖସ୍ଥ ଯୋଗିନୀରେ ଯାତ୍ରା କଲେ ବଧବନ୍ଧନାଦି ହୁଏ, ବାମ ଓ ପୃଷ୍ଠଯୋଗିନୀ ସର୍ବାର୍ଥସିଦ୍ଧି ଦାନ କରେ। ଯେଉଁ ତିଥିରେ ଯେଉଁ ଦିଗରେ ଯୋଗିନୀ ଥାଆନ୍ତି ସେଠାରେ ଅର୍ଦ୍ଧଯାମ ରହି ଦୁଇ ଦିଗ ଛାଡ଼ି ଘୋଡ଼ା ପରି ଅନ୍ଯ ଦିଗକୁ ଦଉଡିଯାଏ। ଏହିପରି ସେ ଆଠ ଦିଗକୁ ଗତି କରେ। ପ୍ରତିପଦାରେ ପୂର୍ବଦିଗରେ ଥାଏ। ସେଠାରେ ଯଥାକ୍ରମେ ବାୟୁ ଦକ୍ଷିଣ ଐଶାନ୍ୟ, ପଶ୍ଚିମ, ଅଗ୍ନି, ଉତ୍ତର ଓ ନୈଋତ ଆଡ଼କୁ ବାମଦିଗରେ ଭ୍ରମଣ କରେ। ଖଡିରତ୍ନ ପଞ୍ଜିକା ବଚନ।] — [ଦ୍ର—ପଣ୍ଡିତ ଜ୍ୟୋତିଷ ମତରେ ଯୋଗିନୀ ବା ରୁଦ୍ରାଣୀ ଭିନ୍ନ ଭିନ୍ନ ତିଥିରେ ଭିନ୍ନ ଭିନ୍ନ ଦିଗରେ ଥାଆନ୍ତି ପ୍ରତିପଦା ଓ ନବମୀରେ ପୂର୍ବେ, ତୃତୀୟା ଓ ଏକାଦଶୀରେ ଅଗ୍ନିକୋଣେ, ପଞ୍ଚମୀ ଓ ତ୍ରୟୋଦଶୀରେ ଦକ୍ଷିଣରେ, ଚତୁର୍ଥୀ ଓ ଦ୍ୱାଦଶୀରେ ନୈଋତ କୋଣରେ, ଷଷ୍ଠୀ ଓ ଚତୁର୍ଦଶୀରେ ପଶ୍ଚିମରେ, ସପ୍ତମୀ ଓ ପୂର୍ଣ୍ଣିମାରେ ବାୟୁକୋଣେ, ଦ୍ୱିତୀୟା ଓ ଦଶମୀରେ ଉତ୍ତରରେ, ଅଷ୍ଟମୀ ଓ ଅମାବାସ୍ୟାରେ ଐଶାନ୍ୟକୋଣରେ ଥାଆନ୍ତି ଯୋଗିନୀରେ ଶେଷ9ଦଣ୍ଡ ପରିତ୍ୟାଜ୍ୟ ଦକ୍ଷିଣ ଓ ସମ୍ମୁଖସ୍ଥ ଯୋଗିନୀରେ ଯାତ୍ରା କଲେ ବଧବନ୍ଧନାଦି ହୁଏ, ବାମ ଓ ପୃଷ୍ଠଯୋଗିନୀ ସର୍ବାର୍ଥସିଦ୍ଧି ଦାନ କରେ ଯେଉଁ ତିଥିରେ ଯେଉଁ ଦିଗରେ ଯୋଗିନୀ ଥାଆନ୍ତି ସେଠାରେ ଅର୍ଦ୍ଧଯାମ ରହି ଦୁଇ ଦିଗ ଛାଡ଼ି ଘୋଡ଼ା ପରି ଅନ୍ଯ ଦିଗକୁ ଦଉଡିଯାଏ ଏହିପରି ସେ ଆଠ ଦିଗକୁ ଗତି କରେ ପ୍ରତିପଦାରେ ପୂର୍ବଦିଗରେ ଥାଏ ସେଠାରେ ଯଥାକ୍ରମେ ବାୟୁ ଦକ୍ଷିଣ ଐଶାନ୍ୟ, ପଶ୍ଚିମ, ଅଗ୍ନି, ଉତ୍ତର ଓ ନୈଋତ ଆଡ଼କୁ ବାମଦିଗରେ ଭ୍ରମଣ କରେ ଖଡିରତ୍ନ ପଞ୍ଜିକା ବଚନ]