ତଣ୍ଡିବା Taṇḍibā

  • ଦେ. କ୍ରି. (ସଂ. ଦଣ୍ଡ କିମ୍ବା ତଣ୍ଡ ଧାତୁ=ଆଘାତ କରିବା, ବଧ କରିବା) — ଅନ୍ଯାୟରେ ଜରିମାନା କରିବା — To impose an unjustifiable fine
  • ଦେ. କ୍ରି. (ସଂ. ଦଣ୍ଡ କିମ୍ବା ତଣ୍ଡ ଧାତୁ=ଆଘାତ କରିବା, ବଧ କରିବା) — ଜୋରିମାନା କରି ଅର୍ଥ ଆଦାୟ କରିବା — To impose and realise a fine
  • ଦେ. କ୍ରି. (ସଂ. ଦଣ୍ଡ କିମ୍ବା ତଣ୍ଡ ଧାତୁ=ଆଘାତ କରିବା, ବଧ କରିବା) — ଭୟ ଦେଖାଇ ବା ଜବରଦସ୍ତି ଟଙ୍କା ଆଦାୟ କରିବା — To extort money
  • ଦେ. କ୍ରି. (ସଂ. ଦଣ୍ଡ କିମ୍ବା ତଣ୍ଡ ଧାତୁ=ଆଘାତ କରିବା, ବଧ କରିବା) — ତଣ୍ଡି ଦୁଃଖୀ, ରଙ୍କି, ଅରକ୍ଷିତ ରାଣ୍ଡ। ରାଧାନାଥ. ଦରବାର।
  • ଦେ. କ୍ରି. (ସଂ. ଦଣ୍ଡ କିମ୍ବା ତଣ୍ଡ ଧାତୁ=ଆଘାତ କରିବା, ବଧ କରିବା) — [ଦ୍ର—'ତଣ୍ଡିବା' ଶବ୍ଦରେ ବିନା ଦୋଷରେ ବା ଅନ୍ଯାୟରେ ଅନ୍ଯ ବ୍ଯକ୍ତିଠାରେ ଅର୍ଥଦଣ୍ଡ କରିବା ଓ ତାହା ବଳପୂର୍ବକ ବା ଭୟ ଦେଖାଇ ଆଦାୟ କରିବାର ଭାବବ୍ୟଞ୍ଜିତ ହୁଏ। କ୍ଷମତାଶୀଳ ବ୍ଯକ୍ତି ଗରିବଠାରୁ ଧନ ତଣ୍ଡି ନିଅନ୍ତି।]
  • ଦେ. କ୍ରି. (ସଂ. ଦଣ୍ଡ କିମ୍ବା ତଣ୍ଡ ଧାତୁ=ଆଘାତ କରିବା, ବଧ କରିବା) — ରଜା ନିଏ ତଣ୍ଡି, କେଳା ନିଏ ଭଣ୍ଡି। ଢଗ।