ତଣ୍ଟିଚିପା Taṇṭichipā

  • ଦେ. ବି — ନିଶ୍ୱାସ ବନ୍ଦ କରି ମାରି ପକାଇବା ନିମନ୍ତେ ଗଳା ଟିପିବା — Choking up the throat in order to kill (a person) strangling
  • ଦେ. ବି — (କୌଣସି ଲୋକର) ଗଳାକୁ ଚିପି ନିଶ୍ୱାସ ବନ୍ଦ କରିବା ଦ୍ୱାରା ଦିଆଯିବା ଦଣ୍ଡ ବା କଷ୍ଟ ବା ଆଘାତ — An assault caused by choking up the throat (of a person)
  • ଦେ. ବି — ଠକେଇ — Cheating; fraud
  • ଦେ. ବି — ଠକେଇ ବା ଅସଦ୍ ଉପାୟରେ ଧନ ଅର୍ଜନ — Earning property by cheating or evil means
  • ଦେ. ବି — (ଯଥା—ମୋତେ ସିମିତି ତଣ୍ଟିଚିପା ବୃତ୍ତି ଆସେ ନାହିଁ।)
  • ଦେ. ବିଣ — ପରକୁ ଗଳା ଚିପି ମାରିପକାଇ ତା ଠାରୁ ପାଇବା ଅପହୃତ (ଧନ) — (property) Taken from a person after strangling him
  • ଦେ. ବିଣ — ଠକେଇ ବା ଅସଦ୍ ଉପାୟରେ ଲବ୍ଧ (ଧନ) — (property) Earned by cheating or evil means
  • ଦେ. ବିଣ — ଯେ ପରର ଗଳା ଚିପି ମାରେ — A strangler; one who commits murder by strangling