ଢୁଢୁଆ ବାଇଗଣ Ḍhuḍhuā bāigaṇa
- ଦେ. ବି — ପାଳୁଆ ବାଇଗଣ; ନଇକୂଳ ପଟୁରେ ହେବା ବଡ଼ ବା ଢୋଲା, ପାଣିଚିଆ ବାଇଗଣ — A kind of brinjal grown on silted river-side land. (specially that grown in the bank of the Mahanadi river in Banki Estate in the District of Cuttack.)
- ଦେ. ବି — ରଣ, ବଣ, ଛଣ, ବାଙ୍କିରଜା ଥାଇ ବୋଇଲେ ମୋ ଢୁଢୁଆ ବାଇଗଣ। ଢ଼ଗ।
- ଦେ. ବି — [ଦ୍ର—ଡାମ୍ପଡ଼ା ରାଜ୍ୟର ରଣ ନଈର ମାଛରୁ ଓ ଜଙ୍ଗଲ ଜାତ ଦ୍ରବ୍ୟମାନଙ୍କରୁ ଓ ଛଣ ବା ତଣ୍ଡୀରୁ ଡମ୍ପଡ଼ା ରାଜାଙ୍କର ଯାହା ଆୟ ହୁଏ, ବାଙ୍କି ରଜାଙ୍କର ଢୁଢୁଆ ବାଇଗଣ ଫଳିବା ପଟୁ ଜମିର ଖଜଣାରୁ ତହିଁ ଅପେକ୍ଷା ବେଶି ଆୟ ହୁଏ, ଏହି ବିଷୟକୁ ଲକ୍ଷ୍ୟ କରି ଏହି ଢଗ ବୋଲାଯାଏ।]