ଢିଙ୍କି ଗୀତ Ḍhiṅkigīta

  • ଦେ. ବି — ଢିଙ୍କି କୁଟିବା ପୁରୁଷ ଲୋକମାନେ ଶ୍ରମାପନୋଦନ ବା ଆନନ୍ଦ ସକାଶେ ଯେଉଁ ଗୀତ ବୋଲନ୍ତି — Ḍheṅki songs
  • ଦେ. ବି — [ଦ୍ର— ଏଠାରେ ଢିଙ୍କି ଗୀତର ଗୋଟିଏ ଉଦାହରଣ ଦିଆ ଗଲା। ଯଥା— ଦୁଲ୍ ଦୁଲ୍ ଢିଙ୍କି ଶବଦ, ବ୍ରହ୍ମା ନ ପାଇଲେ ତାହାର ଭେଦ ଲୋ (ଘୋଷା) ଆମ୍ବ ଡାହିଖଣ୍ଡି ଘୁଣ ଖାଇଲା ଲୋ, କରଞ୍ଜ ସବୁଠୁଁ ଟାଣ, ଓଡ଼ିଆ ଫାରସା ସବୁ ମିଶାଇ ଲୋ, ସବୁ ଟାଣି ନେଲା ଲୁଣ ଲୋ। 1 । ନେଉଳ ନାକରେ ଫାସିଆ ହଳେ ଲୋ, ଏଣ୍ଡୁଅ ନାକରେ ଗୁଣା, ମୂଷା ଶୋଇଅଛି ରତ୍ନ ପଲଙ୍କରେ, ମଞ୍ଜରୀ ଧରେ ବିଞ୍ଚଣା ଲୋ। 2 । ଟୋକେଇ କଣ୍ଢେଇ ବାପଘର ଗଲେ, ଛାଞ୍ଚୁଣୀ ଜଗିଛି ଘର, କଂସା ଥାଳି ଗଲେ ଯାତରା ଦେଖି, ମତେ କଲା ବାତଜର ଲୋ। 3 । — [ଦ୍ର— ଏଠାରେ ଢିଙ୍କି ଗୀତର ଗୋଟିଏ ଉଦାହରଣ ଦିଆ ଗଲା ଯଥା— ଦୁଲ୍ ଦୁଲ୍ ଢିଙ୍କି ଶବଦ, ବ୍ରହ୍ମା ନ ପାଇଲେ ତାହାର ଭେଦ ଲୋ (ଘୋଷା) ଆମ୍ବ ଡାହିଖଣ୍ଡି ଘୁଣ ଖାଇଲା ଲୋ, କରଞ୍ଜ ସବୁଠୁଁ ଟାଣ, ଓଡ଼ିଆ ଫାରସା ସବୁ ମିଶାଇ ଲୋ, ସବୁ ଟାଣି ନେଲା ଲୁଣ ଲୋ1 ନେଉଳ ନାକରେ ଫାସିଆ ହଳେ ଲୋ, ଏଣ୍ଡୁଅ ନାକରେ ଗୁଣା, ମୂଷା ଶୋଇଅଛି ରତ୍ନ ପଲଙ୍କରେ, ମଞ୍ଜରୀ ଧରେ ବିଞ୍ଚଣା ଲୋ2 ଟୋକେଇ କଣ୍ଢେଇ ବାପଘର ଗଲେ, ଛାଞ୍ଚୁଣୀ ଜଗିଛି ଘର, କଂସା ଥାଳି ଗଲେ ଯାତରା ଦେଖି, ମତେ କଲା ବାତଜର ଲୋ3