ଢାଳେ Ḍhāḻe

  • ଦେ. (ପଦ୍ଯ) କ୍ରି. ବିଣ — (ଥରେ ମୁଣ୍ଡ ଢାଳିବାକୁ ଯେତେ ସମୟ ଲାଗେ, ସେତିକି ସମୟରେ); କ୍ଷଣକରେ; ଏକ ପିଛଡ଼ାରେ — In the twinkling of the eye; in a moment; in a trice
  • ଦେ. (ପଦ୍ଯ) କ୍ରି. ବିଣ — ଢାଳେ ପ୍ରଣୟ ବୃଷ୍ଟି କଲା ଶୋଭାଙ୍ଗୀ। ଗୋଲକ. ଇନ୍ଦୁରେଖା।
  • ଦେ. (ପଦ୍ଯ) କ୍ରି. ବିଣ — ଅନାୟାସେ; ଅକ୍ଳେଶରେ; ସହଜରେ — Easily
  • ଦେ. (ପଦ୍ଯ) କ୍ରି. ବିଣ — ଢାଳେ ଅସୁର ଗଲା ନାଶ। ବଳରାମ ଦାଶ. କନଳଲୋଚନ ଚଉତିଶା।
  • ଦେ. (ପଦ୍ଯ) କ୍ରି. ବିଣ — ନିଶ୍ଚୟରେ — Certainly
  • ଦେ. (ପଦ୍ଯ) କ୍ରି. ବିଣ — ଢାଳେ ବଚାର ଢାଳେ ବିଚାର ଦର୍ଶନ ବେଳୁ କରେ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. (ପଦ୍ଯ) କ୍ରି. ବିଣ — ଥରେମାତ୍ର; ବାରେ — Only once
  • ଦେ. (ପଦ୍ଯ) କ୍ରି. ବିଣ — ଢାଳେ ତ ଢାଳିଲୁ ନାହିଁ କୃପା ସୁଧାଝରି କି ରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ତ ଗୀତ।
  • ଦେ. (ପଦ୍ଯ) କ୍ରି. ବିଣ — ଟିକିଏ ମାତ୍ର; ତିଳେ — A little
  • ଦେ. (ପଦ୍ଯ) କ୍ରି. ବିଣ — ଦୃଷ୍ଟିମାତ୍ରକେ; କଟାକ୍ଷମାତ୍ରରେ — At a glance
  • ବିଣ — ଏକ ଢାଳ ବା ଘଟିପରିମିତ — A small metal jug of (Water)
  • ବିଣ — (ଯଥା—ଢାଳେ ପାଣି।)