ଢାଳିବା Ḍhāḻibā
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — କୌଣସି ଜଳୀୟ ପଦାର୍ଥକୁ ପାତ୍ରାଦିରୁ ଉପରୁ ତଳକୁ ପକାଇବା; ଅଜାଡ଼ିବା; ଇଡ଼ିବା — To pour out; to spill
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — ଢାଳେ ତୁ ଢାଳିଲୁ ନାହିଁ କୃପା—ସୁଧାଝରିକି। କବିସୂର୍ଯ୍ୟ. କିଶୋରୀଚମ୍ପୂ. ତ ଗୀତ।
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — [ଦ୍ର— କୌଣସି ତରଳ ପଦାର୍ଥ ଥିବା ପାତ୍ରର ମୁହଁ ପାଖକୁ ଅଣାଇ ଦେଇ ବା ଲେଉଟାଇ ପାତ୍ରରେ ଥିବା ତରଳ ପଦାର୍ଥକୁ ଢାଳିବାକୁ ହୁଏ। ବେଶି ପରିମାଣରେ ଢାଳିବାକୁ ଅଜାଡ଼ିବା କରନ୍ତି।]
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — ଧାତୁ ଇତ୍ୟାଦିକୁ ତରଳ କରି ଛାଞ୍ଚରେ ଇଡ଼ିବା — To pour molten metal into a mould; to cast in a mould
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — (ସଂ. ଦୁଳ୍ ଧାତୁ) ଚାମର ଆଦି ଇତସ୍ତତଃ ଚାଳନ କରିବା — To wave a chowrie (or fan)
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — ଫୁଲ ଛତି ଫୁଲ ଆଲଟ ଚାମର ପୁରୁଣାରେ ଧରି ନରେ, ବେନି ପାଶରେ ମନ୍ଦେ ମନ୍ଦେ ଢାଳିବା କି କହିବି ବଚନରେ। ଦୀନକୃଷ୍ଣ. ଜଗମୋହନ।
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — ବହୁକାଳ ପ୍ରଚୁର ପରିମାଣ ବର୍ଷା — To rain cats and dogs; to rain incessantly
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — (ଯଥା—ମେଘ ପହରେ ହେଲା ଢାଳୁଛି।)
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — ଅଜସ୍ର ଅର୍ଥ ବ୍ଯୟ କରିବା — To spend money like water
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — (ଯଥା—ସେ ଏହି ମକଦମାରେ ଟଙ୍କା ଢାଳିଦେଲା।)
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — ଅଜସ୍ର ଅଜାଡ଼ିବା — To pour out profusely
- ଦେ. କ୍ରି. (ସଂ. ହ୍ୱାଳି ଧାତୁ= ଚାଳନା) — (ଯଥା—ମୋ ପତ୍ରରେ ଖିରିପିଠା ଢାଳି ଦେଇଗଲେ।)