ଢଳ ଢଳ Ḍhaḻa ḍhaḻa

  • ଦେ. ବିଣ — ଲୋତକପୂର୍ଣ୍ଣ (ଆଖି) — Brimming with tears (eye); tearful
  • ଦେ. ବିଣ — ୟା ଶୁଣି ଦମୟନ୍ତୀ ନୟନକମଳ ଲୋତକ କମଳରେ ହୋଇ ଢଳଢଳ—କୃଷ୍ଣସିଂହ. ମହାଭାରତ. ବନ।
  • ଦେ. ବିଣ — ତରଳ ଓ ଚଞ୍ଚଳ; ଈଷତ୍ କମ୍ପିତ; ଅସ୍ଥିର; ଆନ୍ଦୋଳିତ — Tremulous; shaking
  • ଦେ. ବିଣ — ପତଙ୍ଗ ଭବ ହ୍ରଦ ଜଳ, କମଳଦଳପର ଢଳଢଳ—ଭଞ୍ଜ, ପ୍ରେମସୁଧାନିଧି।
  • ଦେ. ବିଣ — ଟଳଟଳ; ଅଥୟ — Trembling; tottering
  • ଦେ. ବିଣ — ଝକଝକ; ଚକଚକ; ସ୍ନିଗ୍ଧ — Glistening; glittering; sparkling; graceful
  • ଦେ. ବିଣ — ତା ମଧ୍ୟେ ଢଳଢଳ ତୁହି କମଳ—ମଧୁସୂଦନ, ପଦ୍ମ।