ଢକଢକ ହେବା Ḍhaka ḍhaka hebā
- ଦେ. କ୍ରି. — (କୌଣସି ବଡ଼ ଗର୍ତ୍ତ ବା ସ୍ଥାନରେ ଅପେକ୍ଷାକୃତ ସରୁଆ ଖିଇ ଆଦି ହୁଗୁଳା ହୋଇ ବସିଥିବାରୁ) ଦୋହଲିବା; ହଲର ହଲର ହେବା — To sit slackly (as a slender stick in a bigger hole)
- ଦେ. କ୍ରି. — (ଯଥା—ମେରିଗାତରେ ମାଟି ଠିକ୍ ମତେ ଖୁନ୍ଦା ହୋଇ ନ ଥିବାରୁ ମେରିଖୁଣ୍ଟାଟା ଢକଢକ ହଉଛି।)
- ଦେ. କ୍ରି. — ରୋଗ ବା ଅନାହାର ଯୋଗୁଁ କୌଣସି ଜୀବ ଦୁର୍ବଳ ଓ କ୍ଷୀଣ ହେବା — To be reduced to skeleton (owing to weakness, disease or fasting)
- ଦେ. କ୍ରି. — (ଯଥା—ଦୁର୍ଭିକ୍ଷ ଯୋଗୁଁ ସେ ଅଞ୍ଚଳର ଲୋକମାନେ ଢକଢକ ହୋଇ ଗଲେଣି।)