ଡେଲାହୁସି Ḍelāhusi

  • ବୈଦେ. ବି (ଇଂ. ନାମ, ଡେଲ୍ହଉସୀ) — ଲର୍ଡ଼ ଡେଲାହୁସି; ଭାରତର ଗଭର୍ଣ୍ଣର ଜେନରଲ୍ — Lord Dalhousie, one Governor General of India
  • ବୈଦେ. ବି (ଇଂ. ନାମ, ଡେଲ୍ହଉସୀ) — [ଦ୍ର—ଏ 1848 ରୁ 1856 ସାଲ ପର୍ଯ୍ୟନ୍ତ ଭାରତର ବଡ଼ଲାଟ ହୋଇଥିଲେ। ଏହାଙ୍କ ଅମଳରେ ପଞ୍ଜାବ, ଦାର୍ଜିଲିଙ୍ଗ, ଅଯୋଧ୍ୟା, ସାଗର, ଝାନି, ନାଗପୁର ଓ ବେରାର ଭାରତୀୟ ଇଂରାଜ ରାଜ୍ୟଭୁକ୍ତ ହେଲା ଏବଂ 2 ୟ ବ୍ରହ୍ମ ସମର ହୋଇ ରେଙ୍ଗୁନ, ମାର୍ଟାବାନ, ପେଗୁ ଆଦି ମଧ୍ୟ ଭାରତ ସାମ୍ରାଜ୍ୟଭୁକ୍ତ ହେଲା। ଏହାଙ୍କ ଅମଳରେ କଲିକତା, ବମ୍ବେ ଓ ମାନ୍ଦ୍ରାଜଠାରୁ ପ୍ରଥମେ ରେଲ ଲାଇନ୍ମାନ ପଡ଼ିଲା, କେନାଲମାନ ଖୋଳା ହେଲା, ପକା ସଡ଼କ ହେଲା, ତାରଡାକ ବସିଲା, ଦୁଇପଇସିଆ ଡାକଟିକଟ ଚଳିଲା ଓ ଭାରତରେ ସରକାରଙ୍କ ଶିକ୍ଷାବିଭାଗ ପ୍ରତିଷ୍ଠିତ ହେଲା।] — [ଦ୍ର—ଏ1848ରୁ1856ସାଲ ପର୍ଯ୍ୟନ୍ତ ଭାରତର ବଡ଼ଲାଟ ହୋଇଥିଲେ ଏହାଙ୍କ ଅମଳରେ ପଞ୍ଜାବ, ଦାର୍ଜିଲିଙ୍ଗ, ଅଯୋଧ୍ୟା, ସାଗର, ଝାନି, ନାଗପୁର ଓ ବେରାର ଭାରତୀୟ ଇଂରାଜ ରାଜ୍ୟଭୁକ୍ତ ହେଲା ଏବଂ2ୟ ବ୍ରହ୍ମ ସମର ହୋଇ ରେଙ୍ଗୁନ, ମାର୍ଟାବାନ, ପେଗୁ ଆଦି ମଧ୍ୟ ଭାରତ ସାମ୍ରାଜ୍ୟଭୁକ୍ତ ହେଲା ଏହାଙ୍କ ଅମଳରେ କଲିକତା, ବମ୍ବେ ଓ ମାନ୍ଦ୍ରାଜଠାରୁ ପ୍ରଥମେ ରେଲ ଲାଇନ୍ମାନ ପଡ଼ିଲା, କେନାଲମାନ ଖୋଳା ହେଲା, ପକା ସଡ଼କ ହେଲା, ତାରଡାକ ବସିଲା, ଦୁଇପଇସିଆ ଡାକଟିକଟ ଚଳିଲା ଓ ଭାରତରେ ସରକାରଙ୍କ ଶିକ୍ଷାବିଭାଗ ପ୍ରତିଷ୍ଠିତ ହେଲା]