ଡେଉଁରିଆ Ḍeuñriā
- ଦେ. ବି. (ସଂ. ଡମରୁ) — ଡଉଁରିଆ; ତାବିଜ; ମର୍ଦ୍ଦଳାକାର ଧାତୁମୟ ଅଳଙ୍କାରବିଶେଷ; ଧାତୁର ମର୍ଦ୍ଦଳାକାର କବଚ — Phylactery; an amulet; talisman; a charm made of metal; a drum-shaped locket
- ଦେ. ବି. (ସଂ. ଡମରୁ) — [ଦ୍ର—ଧାତୁଦ୍ୱାରା ଡେଉଁରିଆ ତିଆରି ହୁଏ। ସେଥି ମଧ୍ୟରେ ମନ୍ତ୍ରଲେଖା କାଗଜ ବା ଭୂଜପତ୍ର ଖଣ୍ଡ ବା ଜଡ଼ିବୁଟି ଭରି ଲୋକେ ଭୟ, ରୋଗ, ଗ୍ରହଦୋଷ ଓ କୁଦୃଷ୍ଟି ନିବାରଣାର୍ଥ ବେକରେ, ବାହୁରେ ଓ ଅଣ୍ଟାରେ ପିନ୍ଧନ୍ତି। ସୁନା ରୂପାର ଡେଉଁରିଆ ତିଆରି କରି ଲୋକେ ଅଳଙ୍କାରରୂପେ ବେକରେ ଅଣ୍ଟାରେ ବା ବାହୁରେ ମଧ୍ୟ ବାନ୍ଧନ୍ତି ଅଷ୍ଟଧାତୁରେ ଡେଉଁରିଆ ଏକ ଧାତୁରେ ନିର୍ମିତ ଡେଉଁରିଆ ଅପେକ୍ଷା ବେଶି ଉପକାରୀ ଥିବାର କଥିତ। ସ୍ତ୍ରୀଲୋକ— ମାନେ ଓ କେତେକ ପୁରୁଷ ସଉକୀରେ ବେକରେ ସୁନା ରୂପାର ଡେଉଁରିଆ ମାଳ କରି ପିନ୍ଧନ୍ତି। ଗୁଣିଆ ମାନେ ବିପକ୍ଷର ମନ୍ତ୍ରଯନ୍ତ୍ରାଦି ଆଭିଚାରକୁ ପ୍ରତିହତ କରିବା ପାଇଁ ବାହାରେ ଡେଉଁରିଆ ବାନ୍ଧନ୍ତି।]
- ଦେ. ବି. (ସଂ. ଡମରୁ) — ଖଟ, ପଲଙ୍କ ଓ ବିମାନ ଆଦିର ବାଡ଼ରେ ଲଗାଯିବା ମୃଦଙ୍ଗାକାର କାଠି — Ornamental railings attached to the side-posts or head-plates of bedsteads, desks etc