ଡୁବେଇବା Ḍubeibā

  • ଦେ. କ୍ରି — ଡୁବିବା କ୍ରିୟାର ଣିଜନ୍ତ ରୂପ — The causative form of Dubibā
  • ଦେ. କ୍ରି — କୌଣସି ବ୍ଯକ୍ତି ବା ବସ୍ତୁକୁ ପାଣିରେ ନିମଜ୍ଜିତ କରାଇବା; ବୁଡ଼ାଇବା; ମଗ୍ନ କରିବା — To immerse a thing or person in water; to drown a person
  • ଦେ. କ୍ରି — ଜାତି ଧର୍ମ ଆଦି ତ୍ୟାଗ କରିବା ବା ଲୋପ କରିବା — To give up one's caste or religious practices
  • ଦେ. କ୍ରି — (ଯଥା—ଆଜିକାଲିର ପିଲାଏ ଚିତା ପଇତା ସବୁ ଡୁବାଇଲେଣି।)
  • ଦେ. କ୍ରି — ପରର ସର୍ବନାଶ ବା ଅନିଷ୍ଟ ଘଟାଇବା — To cause another's ruin
  • ଦେ. କ୍ରି — (ଯଥା—ନିଷ୍ଠୁର ମହାଜନ ମୋର ସର୍ବ୍ୱସ୍ୱ ନିଲାମ କରି ନେଇ ମତେ ଡୁବାଇ ଦେଲା।)
  • ଦେ. କ୍ରି — ଲୋପ କରିବା; ନଷ୍ଟ କରିବା — To annihilate; to destroy
  • ଦେ. କ୍ରି — ଅପବାଦ ଦେଇ ଜାତିଚ୍ୟୁତ କରାଇବା — To cause a person to be out-casted by making serious aspersions against him
  • ଦେ. କ୍ରି — କୁଳ ଲୋପ କରିବା; ବଂଶକୁ ନିର୍ବଂଶ କରାଇବା — To root out a family; to cause extinction of a family
  • ଦେ. କ୍ରି — (ଯଥା—ଅମୁକ ବ୍ଯକ୍ତି ବିବାହ ନ କରି ଆପଣା କୁଳକୁ ଡୁବାଇ ଦେଲା।)
  • ଦେ. କ୍ରି — ପ୍ରାପ୍ୟ ଧନକୁ ବହୁକାଳ ଆଦାୟ ନ ଦେଇ ତମାଦି କରାଇବା — To cause another person's dues to become unrealisable by lapse of time
  • ଦେ. କ୍ରି — (ଯଥା—ଖାତକ 12 ବର୍ଷ ହେଲା ମୋ ଠାରୁ ଟଙ୍କା କରଜ ନେଇ ସୁଧ ମୂଳ ସବୁ ଡୁବାଇ ଦେଲା।) — (ଯଥା—ଖାତକ12ବର୍ଷ ହେଲା ମୋ ଠାରୁ ଟଙ୍କା କରଜ ନେଇ ସୁଧ ମୂଳ ସବୁ ଡୁବାଇ ଦେଲା)