ଡୁବି ମରିବା Ḍubi maribā

  • ଦେ. କ୍ରି — ବୁଡ଼ି ମରିବା; ପାଣିରେ ବୁଡ଼ି ଆତ୍ମହତ୍ୟା କରିବା — To commit suicide by throwing one's self into water; to drown oneself
  • ଦେ. କ୍ରି — ଗଭୀର ଜଳରେ ସନ୍ତରଣ କରିବାକୁ ଅସମର୍ଥ ହୋଇ ପାଣିରେ ବୁଡ଼ିଯାଇ ପ୍ରାଣ— ତ୍ୟାଗ କରିବା — To meet a watery death by being unable to swim; to be drowned
  • ଦେ. କ୍ରି — (ଲକ୍ଷଣାର୍ଥ) ଅତ୍ୟନ୍ତ କ୍ଷତିଗ୍ରସ୍ତ ହେବା — (figurative) To suffer irrepable loss
  • ଦେ. କ୍ରି — ସର୍ବସ୍ୱାନ୍ତ ହେବା — To be reduced to utter poverty
  • ଦେ. କ୍ରି — ପରିଶୋଧର ଆଶାହୀନ ହୋଇ ଋଣଗ୍ରସ୍ତ ହେବା — To become insolvent; to be heavily involved in debt