ଡିମ୍ବ ଉଷୁମେଇବା Ḍimba ushumeibā
- ଦେ. କ୍ରି — (ପକ୍ଷିମାତା) ଡିମ୍ବପ୍ରସବ କଲା ପରେ ନିର୍ଦ୍ଦିଷ୍ଟ କାଳ ଉକ୍ତ ଡିମ୍ବ ଉପରେ ଅନବରତ ବସି ତାହାକୁ ଉଷ୍ଣତାଯୁକ୍ତ କରିବା — (a bird) To sit on the eggs for hatching; to incubate; to brood
- ଦେ. କ୍ରି — [ଦ୍ର—ଡିମ୍ବକୁ ନ ଉଷୁମାଇଲେ ଡିମ୍ବ କାଞ୍ଜିଆ ହୋଇଯାଏ ଓ ଡିମ୍ବରୁ ଛୁଆ ବାହାରେ ନାହିଁ। ଅନେକ ସ୍ଥଳରେ ପକ୍ଷିଦମ୍ପତି ଦୁହେଁ ପାଳି କରି ଡିମ୍ବ ଉଷୁମାଇବାର ଦେଖାଯାଏ।]
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ଅନବରତ ନିଯୁକ୍ତ ରହିବା — (figurative) To be constantly kept engaged in some work
- ଦେ. କ୍ରି — (ଲକ୍ଷଣାର୍ଥ) ଘରୁ ବାହାରି କିଛିକାଳ ପାଇଁ କେଉଁ ଆଡ଼େ ନ ଯିବା — (figurative) To always stay at home; not to stir out of one's residence