ଡାହାଣିଆଁ Ḍāhāṇiāñ
- ଦେ. ବିଣ — ବହୁଲୋକ ଯେଉଁ ଖାଦ୍ୟ ପଦାର୍ଥରେ ଦୃଷ୍ଟି ପକାଇବାରୁ ତାହା ସୁସ୍ୱାଦୁ ଲାଗେ ନାହିଁ; ଆଖିଦୃଷ୍ଟିଆ — (food) Spoiled by being exposed to the public gaze
- ଦେ. ବିଣ — (ଯଥା—ହାଟରେ ମାଛଗୁଡ଼ାକ ଡାହାଣିଆଁ ହୋଇଗଲାଣି।)
- ଦେ. ବିଣ — କୃଶ (ଯେଉଁ ଶିଶୁକୁ ଡାହାଣୀ ଦୃଷ୍ଟି ପକାଇଥାଏ ତାହା ପରି କୃଶ) — Weak and emaciated
- ଦେ. ବିଣ — ଦକ୍ଷିଣ ପାର୍ଶ୍ୱସ୍ଥ — Belonging to the right side
- ଦେ. ବିଣ — (ଯଥା—ହଳ ବା ଶଗଡ଼ର ଡାହାଣିଆଁ ବଳଦ।)