ଡାହାଣା Ḍāhāṇā
- ଦେ. ବିଣ. ପୁଂ—(ସଂ. ଡାକିନୀ=ଓ. ଡାହାଣୀର ପୁଂଲିଙ୍ଗରେ ଡାହାଣା) — ଖାଦ୍ୟଲୋଲୁପ; ଡହଳା; ଯେ ଅନ୍ଯ ବ୍ଯକ୍ତିର ଖାଇବା ପଦାର୍ଥ ପ୍ରତି ଲୋଲୁପ ଦୃଷ୍ଟି ପକାଏ; ଯେ ଖାଇବା ଲୋକର 'ପେଟରେ ପଶେ' — Yearning after or casting wistful glances on another man's food
- ଦେ. ବିଣ. ପୁଂ—(ସଂ. ଡାକିନୀ=ଓ. ଡାହାଣୀର ପୁଂଲିଙ୍ଗରେ ଡାହାଣା) — [ଦ୍ର—ଲୋକେ ବିଶ୍ୱାସ କରନ୍ତି ଯେ ଯେବେ ଖାଦ୍ୟଦ୍ରବ୍ୟ ପ୍ରତି ଅନ୍ଯ କେହି (ଡାହାଣା ପୁରୁଷ ବା ଡାହାଣୀ ସ୍ତ୍ରୀ) ଲୋଲୁପ ଦୃଷ୍ଟି ପକାଏ ତେବେ ସେ ଖାଦ୍ୟକୁ ଖାଇଲେ ପେଟ ଅସୁଖ ହୁଏ ବା ପେଟ ଟାଣେ। ଡାହାଣା ବା ଡାହାଣୀ ଅମୁକ ଲୋକର 'ପେଟରେ ପଶିଛି' ବା ଖାଦ୍ୟରେ 'ଦୃଷ୍ଟି ପକାଇଛି' ବୋଲି ଲୋକେ କହନ୍ତି। ପୁରୁଷ ଡାହାଣାଙ୍କ ଅପେକ୍ଷା ସ୍ତ୍ରୀ ଡାହାଣୀମାନଙ୍କ ସମ୍ବନ୍ଧେ ଲୋକଙ୍କର ବିଶ୍ୱାସ ଆହୁରି ଭୟାନକ। ଡାହାଣୀ ତଳେ ନୋଟ୍ ଦ୍ରଷ୍ଟବ୍ୟ।]
- ଦେ. ବିଣ. ପୁଂ—(ସଂ. ଡାକିନୀ=ଓ. ଡାହାଣୀର ପୁଂଲିଙ୍ଗରେ ଡାହାଣା) — ଯେଉଁ ଲୋକ କୌଣସି ସୁନ୍ଦର ବସ୍ତୁ ବା ଜୀବ (ଶିଶୁ, ଯୁବତୀ) ପ୍ରତି ଲୋଲୁପ ଦୃଷ୍ଟି ପକାଏ ବା ତାକୁ 'ଖୁଣି ଦିଏ' — 2. One who casts wistful or covetous glances at a beautiful infant or lady