ଡାଳି ପୋହୋଳା Ḍāḻi pohoḻā
- ଦେ. ବି. (ସଂ. ଦଳ ଓ ପ୍ରବାଳ) — ମାଳାରେ ଗୁନ୍ଥା ଯିବା ଲମ୍ବ— ଲମ୍ବ ଗଡ଼ରେ କଟା ହୋଇଥିବା ପ୍ରବାଳଖଣ୍ଡ; ବୃକ୍ଷବତ୍ ପ୍ରବାଳର ଡାଳ ବା ଶାଖାରୁ କଟା ହୋଇଥିବା ଲମ୍ବ ଲମ୍ବ ଖଣ୍ଡମାନ — Long pieces of coral used for stringing into necklaces
- ଦେ. ବି. (ସଂ. ଦଳ ଓ ପ୍ରବାଳ) — [ଦ୍ର—ପ୍ରବାଳ ଏକପ୍ରକାର ସାମୁଦ୍ରିକ ଜୀବଙ୍କ ଉପର୍ଯ୍ୟୁପରି ଗଠିତ ସ୍ତରମାନଙ୍କ ସମଷ୍ଟି ଅଟେ। ତାହା ଦେଖିବାକୁ ଶାଖାବିଶିଷ୍ଟ ବୃକ୍ଷ ପରି। ସେହି ଶାଖାରୁ ସରୁ ଲମ୍ବ ଲମ୍ବ ଶାଖାବିହୀନ ଖଣ୍ଡମାନ କାଟିଲେ ତାହାକୁ ଡାଳି ପୋହଳା ଓ ଗୋଲ, ମୋଟା ଏବଂ ଗଣ୍ଠିଆ ଖଣ୍ଡମାନଙ୍କୁ, ମୁଣ୍ଡି ପୋହଳା ବୋଲାଯାଏ। ଏ ଡାଳି ପୋହଳାର ଖଣ୍ଡମାନଙ୍କୁ ଗୁନ୍ଥି କଣ୍ଠି ବା ମାଳି କରାଯାଏ।]
- ଦେ. ବି. (ସଂ. ଦଳ ଓ ପ୍ରବାଳ) — ଏକଜାତୀୟ ନାଲି ଓ ଲମ୍ବା ଧାନ — A species of paddy (red and long)